40.1 C
Bhubaneswar
Thursday, April 25, 2024
Homeଓଡିଶାସ୍ତ୍ରୀର ପରକୀୟା ପ୍ରୀତି ସହିନପାରି କଣ କଲା ସ୍ୱାମୀ ଜାଣନ୍ତୁ

ସ୍ତ୍ରୀର ପରକୀୟା ପ୍ରୀତି ସହିନପାରି କଣ କଲା ସ୍ୱାମୀ ଜାଣନ୍ତୁ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ୧୨ ବର୍ଷ ପୂର୍ବରୁ ବିବାହ କରିଥିବା ଏବଂ ଦୁଇ ସନ୍ତାନର ଜଜନୀ ନିଜ ପ୍ରେମିକଙ୍କ ସହ ସମ୍ପର୍କ ରଖିବାସହ ଘରୁ ପ୍ରେମିକଙ୍କ ସହ ପଳାଇଯିବା ଏବଂ ସ୍ୱାମୀଙ୍କୁ ବାରମ୍ବାର ଅପମାନ କରିବା ଯୋଗୁଁ ଶେଷରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ପଞ୍ଚାୟତ ଏମ୍‌.ଭି-୯ ଗ୍ରାମରେ । ଘଟଣାରୁ ପ୍ରକାଶ ଏମ୍‌.ଭି- ୯ ଗ୍ରାମର ଅସୀମ ହାଲଦାର ୧୨ ବର୍ଷ ପୂର୍ବରୁ ସେହି ଗ୍ରାମର ଅନିତା ହାଲଦାରଙ୍କୁ ବିବାହ କରିଥିଲେ । କିନ୍ତୁ ସେହି ଗ୍ରାମର ଦିଲ୍ଲୀପ ବିଶ୍ୱାସଙ୍କ ପୁଅ ସଞ୍ଜୟ ବିଶ୍ୱାସ ସହିତ ଅନିତାଙ୍କ ସହ ବିବାହ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ବିବାହ ପରେ ଅନିତା ସଞ୍ଜୟଙ୍କ ସହ ସମ୍ପର୍କ ରଖିଥିବା ସ୍ୱାମୀ ଅସୀମ ଜାଣିବା ପରେ ଏ ସମ୍ବନ୍ଧରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ସଞ୍ଜୟକୁ ତାଗିଦ କରିଥିବା ସତ୍ୱେ ସଞ୍ଜୟ ଅନିତାଙ୍କୁ ନେଇ ଫେରାର ହୋଇଯାଇଥିଲେ । ସ୍ୱାମୀ ଅସୀମ ଆନ୍ଧ୍ର ଏବଂ କୋଲକତାରେ ଖୋଜିଲା ପରେ ଏହି ଦୁହେଁ କୋଲକତାରେ ଥିବା ଜାଣିବାକୁ ପାଇଥିଲେ । ତେବେ ସେଠାକୁ ଯାଇ ଉଭୟଙ୍କୁ ବୁଝାସୁଝା କରି ଗ୍ରାମକୁ ଫେରାଇ ଆଣିଥିଲେ । ଗତ ତିନିଦିନ ପୂର୍ବରୁ ଫେରିଥିବା ଅନିତା ଅସୀମଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ଏବଂ ତାଙ୍କ ପାଖରେ ରହିବ ନାହିଁ ବୋଲି ମନା କରିଦେବାରୁ ଅପମାନ ସହି ନପାରି ଅସୀମ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ôଚ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking