16.1 C
Bhubaneswar
Thursday, January 16, 2025
Homeକରୋନାପୁଣି ହସ୍ପିଟାଲରେ ଅକ୍ସିଜେନର ଅଭାବ

ପୁଣି ହସ୍ପିଟାଲରେ ଅକ୍ସିଜେନର ଅଭାବ

ନୂଆଦିଲ୍ଲୀ : ପୁଣି ଅକ୍ସିଜେନର ଅଭାବ ରୋଗୀଙ୍କର ମୃତ୍ୟୁର କାରଣ ସାଜିଛି । ଅକ୍ସିଜେନ ଅଭାବରୁ ଗୋଆରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ରାତି ୨ଟାରୁ ସକାଳ ୬ଟା ମଧ୍ୟରେ ୧୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ଏହି ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅନେକ ରୋଗୀ ମୃତ୍ୟୁବରଣ କରିସାରିଛନ୍ତି । ଏହି ହସ୍ପିଟାଲରେ ମଙ୍ଗଳବାର ୨୬, ବୁଧବାର ୨୦, ଗୁରୁବାର ୧୫ ଓ ଶୁକ୍ରବାର ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ରେକର୍ଡ କରାଯାଇଛି । ତେବେ ରାଜ୍ୟ ସରକାର ଏହି ମେଡିକାଲ କଲେଜକୁ ଅକ୍ସିଜେନ ସପ୍ଲାଇ ନେଇ ଏକ କମିଟି ଗଠନ କରିଛନ୍ତି । ହସ୍ପିଟାଲକୁ ଯୋଗାଣ ହେଉଥିବା ସମସ୍ତ ଅକ୍ସିଜେନ ଉପରେ ନଜର ରଖିବା ସହ ଅକ୍ସିଜେନର ସମସ୍ୟା ବିଷୟରେ ଜଣାଇବାକୁ କମିଟିକୁ ଦାୟିତ୍ୱ ଦିଆଯାଇଛି । ତିନିଦିନ ମଧ୍ୟରେ ଉକ୍ତ କମିଟି ରିପୋର୍ଟ ପ୍ରଦାନ କରିବ । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ଅକ୍ସିଜେନର ଚାହିଦା ବଢ଼ିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking