30.1 C
Bhubaneswar
Thursday, April 25, 2024
Homeଓଡିଶାଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦି

ଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦି

ଯାଜପୁର  : ଯାଜପୁର ଜିଲାରେ ବଢ଼ୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ କଡା କଡି ଚେକିଂ କରାଯାଇଛି । ଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯାଇ ଚଢ଼ାଉ କରାଯାଇଛି । ମାସ୍କ ପିନ୍ଧିବା ଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ସକାଳ ୬ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତିତ ଅନ୍ୟ କୌଣସି ଦୋକାନ ନ ଖୋଲିବାକୁ ନିର୍ଦ୍ଧେଶ ରହିଥିଲେ ମଧ୍ୟ କେତେକ ଅମାନିଆ ମାନୁନଥିବା ଦେଖିବାକୁ ମିଳିଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ସେ ସବୁ ଦୋକାନ ଗୁଡିକୁ ସିଲ କରିଛି । ଆଜି ଠାରୁ ରାଜ୍ୟ ସରକାର ଅନଲାଇନ ଯୋଗେ ମଦ ବିକ୍ରି କରିବାକୁ ଅନୁମତି ଦେଇଥିଲେ ମଧ୍ୟ କେତେକ ଦୋକାନ ଏହାର ଉଲଙ୍ଘନ କରୁଥିବା ଦେଖିବାକୁ ମିଳିିଛି । ଏ ନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ଚଢ଼ାଉ କରିଛି । କୋରୋନା ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking