31.1 C
Bhubaneswar
Friday, March 29, 2024
Homeଓଡିଶାକଳାହାଣ୍ଡିରେ ଖୋଲିଲା ଅକ୍ସିଜେନ ବ୍ୟାଙ୍କ, ବିନା ମୂଲ୍ୟରେ କୋଭିଡ ଆକ୍ରାନ୍ତଙ୍କୁ ଯୋଗାଣ

କଳାହାଣ୍ଡିରେ ଖୋଲିଲା ଅକ୍ସିଜେନ ବ୍ୟାଙ୍କ, ବିନା ମୂଲ୍ୟରେ କୋଭିଡ ଆକ୍ରାନ୍ତଙ୍କୁ ଯୋଗାଣ

କଳାହାଣ୍ଡି  : କରୋନା ମହାମାରୀ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ, କରୋନା ଆକ୍ରାନ୍ତ କେମିତି ଅକ୍ସିଜେନ ପାଇବେ ସେଥି ନିମନ୍ତେ ସରକାରୀ ସଂସ୍ଥା ଠାରୁ ବେସରକାରୀ ଅନୁଷ୍ଠାନ ଆଗଭର ହୋଇ ଯଥା ସମ୍ଭବ ସହାର୍ଯ୍ୟ କରୁଛନ୍ତି । ଏହି ସମୟରେ କଳାହାଣ୍ଡି ଜିଲ୍ଲାର ପ୍ରଗତି କଲେଜ ଓ ମାରୱାଡି ଯୁବା ମଞ୍ଚ ଭଳି ଦୁଇ ଅନୁଷ୍ଠାନ ନିସ୍ବାର୍ଥ ପର ଭାବେ, ହୋମ କ୍ବାରେନଟାଇନ ରେ ଥିବା କରୋନା ଆକ୍ରାନ୍ତଙ୍କୁ ବିନା ମୂଲ୍ୟରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଛନ୍ତି । ଏନେଇ ପ୍ରଗତି କଲେଜର ଇଂରାଜୀ ଭାଷା ଅଧ୍ୟାପକ ଦାୟିତ୍ୱ ରେ ଥିବା ବିଦ୍ୟା ସାଗର ମୁଣ୍ଡ କହିଛନ୍ତି, ଯେ କଲେଜ ପ୍ରତିଷ୍ଠାତା ଅଜୟ କୁମାର ପଣ୍ଡା ଓ ମହାରାଷ୍ଟ୍ର, ମୁମ୍ବାଇ ସ୍ଥିତ ଜୁହାର ଫାଉଣ୍ଡେସନ ସହଯୋଗରେ କଲେଜରେ ଏକ ଅକ୍ସିଜେନ ବ୍ୟାଙ୍କ ପ୍ରତିଷ୍ଠା କରାଯାଇପାରିଛି ।

ଯେ କୌଣସି ସମୟରେ କରୋନା ଆକ୍ରାନ୍ତ ବ୍ୟକ୍ତି କିମ୍ବା ପରିବାର ଲୋକେ, କଲେଜ କର୍ତ୍ତୃପକ୍ଷ କିମ୍ବା ପ୍ରତିଷ୍ଠାତା ଅଜୟ କୁମାର ପଣ୍ଡାଙ୍କୁ ୯୫୫୬୧୦୯୯୧୩ ଫୋନ ନମ୍ବର କିମ୍ବା ଇମେଲ ମାଧ୍ୟମରେ ଯୋଗାଯୋଗ କଲେ, କଲେଜ କତ୍ତୃପକ୍ଷ ନିଜ ସ୍ବେଚ୍ଛାସେବୀଙ୍କ ଜରିଆରେ ସେହି ବ୍ୟକ୍ତିଙ୍କ ନିକଟକୁ ଅକ୍ସିଜେନ ସିଲିଣ୍ଡର ପହଞ୍ଚାଇବା ବ୍ୟବସ୍ଥା କରିବେ ।

ଅନ୍ୟପକ୍ଷରେ ମାରୱାଡି ଯୁବା ମଞ୍ଚ, ଭବାନୀପାଟଣା ଶାଖା ସଂଯୋଜକ ରୋଷନଲାଲ ଅଗ୍ରୱାଲ ପ୍ରକାଶ କରି କହିଛନ୍ତି ଯେ ମାରୱାଡି ଯୁବା ମଞ୍ଚ ତରଫରୁ ମଧ୍ୟ ଗତ ବର୍ଷ ଠାରୁ ହୋମ ଆଇସୋଲେସନ ରହୁଥିବା କରୋନା ଆକ୍ରାନ୍ତ ତଥା ଯାହାର ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିବା ରୋଗୀଙ୍କୁ, ନିଶୁଳ୍କ ଭାବରେ ଅକ୍ସିଜେନ ସିଲିଣ୍ଡର ଯୋଗାଇଦେବା ବ୍ୟବସ୍ଥା କରାଯାଇଛି । ଏଣୁ ଅକ୍ସିଜେନ ଆବଶ୍ୟକ କରୁଥିବା ବ୍ୟକ୍ତି ବିଶେଷ ୯୪୩୭୬୨୪୭୮୩ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ସଂସ୍ଥା ମାନଙ୍କର ଏଭଳି ମହତ ମାନବିକ କାର୍ଯ୍ୟକୁ ଜିଲ୍ଲାର ସମସ୍ତ ବର୍ଗରୁ ଭୁୟସୀ ପ୍ରଶଂସା ଛୁଟି ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking