33.1 C
Bhubaneswar
Saturday, April 27, 2024
Homeଅପରାଧପୋଲିସର ଉପସ୍ଥିତିରେ ଅଭିଯୁକ୍ତଙ୍କ ଘର ଜାଳିଦେଲେ ଗାଁ' ଲୋକେ

ପୋଲିସର ଉପସ୍ଥିତିରେ ଅଭିଯୁକ୍ତଙ୍କ ଘର ଜାଳିଦେଲେ ଗାଁ’ ଲୋକେ

ବ୍ରହ୍ମପୁର : ପୋଲିସର ଉପସ୍ଥିତିରେ ଉତ୍ତ୍ୟକ୍ତ ଗାଁ ଲୋକେ ହତ୍ୟାକାରୀଙ୍କ ଘର ଜାଳିଦେଇଥିବାର ଖବର ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ବଙ୍ଗଳା ସାହିରେ। ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କରାଯାଇଛି। ସଂଘବଦ୍ଧ ଭାବେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବାବେଳେ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ବୀଭତ୍ସ ହତ୍ୟାକାଣ୍ଡ ପରେ ତାତି ଉଠିଛନ୍ତି ଗାଁ ଲୋକେ। ଏପରିକି ପୋଲିସ ଉପସ୍ଥିତିରେ ହତ୍ୟାକାରୀଙ୍କ ୪ଟି ଘରକୁ ପୋଡ଼ି ଦେଇଛନ୍ତି। ତେବେ ନିରୁପାୟ ହୋଇ ପୋଲିସ ଜଗିରହିଥିବା ବେଳେ ଲୋକେ ନିଆଁ ହୁଳା ଧରି ଅଭିଯୁକ୍ତଙ୍କ ଚାଳଘର ଉପରକୁ ପକାଉଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ କୋଦଳା ପୋଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଛନ୍ତି। ଉତ୍ତ୍ୟକ୍ତ ଗାଁ ଲୋକେ ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking