26.1 C
Bhubaneswar
Wednesday, December 17, 2025
Homeଓଡିଶାବାଇକ୍‌ ଚାଳକଙ୍କୁ ଧକ୍କା ଦେଲା ଆମ ବସ୍ ଡ୍ରାଇଭର

ବାଇକ୍‌ ଚାଳକଙ୍କୁ ଧକ୍କା ଦେଲା ଆମ ବସ୍ ଡ୍ରାଇଭର

କନ୍ଧମାଳ: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ନନ୍ଦଗିରି ସ୍କୁଲ୍ ନିକଟରେ ଏକ ସରକାରୀ ଏସି ବସ୍ ‘ଆମ ବସ୍‌’ ଏକ ବାଇକକୁ ପଛ ପଟେ ଧକ୍କା ଦେଇଛି। ଫଳରେ ବାଇକ ଚାଳକ ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ଆମ ବସ୍ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଯାତ୍ରୀମାନଙ୍କୁ ନେଇ ଫୁଲବାଣୀ ଠାରୁ ଦରୀଙ୍ଗବାଡ଼ିର ହାତିମୁଣ୍ଡା ଯାଉଥିବା A/C ବସ୍ ନନ୍ଦଗିରି ନିକଟରେ ଗୋଟିଏ ବାଇକ୍‌କୁ ପଛପଟେ ଧକ୍କା ଦେଇଥିଲା। ଆମ ବସ୍ ଦ୍ରୁତଗତିରେ ଯାଉଥିବା ବେଳେ ହମ୍ପସରେ ବାଇକ୍ ସ୍ଲୋ ହେବା ପରେ ଆମ ବସ୍ ପଛ ଆଡ଼େ ବାଇକ୍‌କୁ ଲଗାଇଥିଲା। ବାଇକ୍ ଚାଳକ ପଡ଼ିଯାଇଥିଲେ ଓ ଆହତ ହୋଇଥିଲେ ।  ତେବେ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ଲୋକେ ଓ ବାଟୋଇ ଅଟକି ରହିଥିଲେ କିଛି ସମୟ ପାଇଁ ସେଇ ସ୍ଥାନରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking