28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକୋର୍ଟରେ ଆତ୍ମସମର୍ପଣ କଲେ ଓରେଭା ଗୃପ ମୁଖ୍ୟ ଜୟସୁଖ ପଟେଲ

କୋର୍ଟରେ ଆତ୍ମସମର୍ପଣ କଲେ ଓରେଭା ଗୃପ ମୁଖ୍ୟ ଜୟସୁଖ ପଟେଲ

ଗାନ୍ଧୀନଗର: ମୋରବି ଝୁଲା ପୋଲ ଦୁର୍ଘଟଣା ମାମଲାରେ ଓରେଭା ଗୃପର ମୁଖ୍ୟ ଜୟସୁଖ ପଟେଲ ଆତ୍ମସମର୍ପଣ କରିଛନ୍ତି । ମଙ୍ଗଳବାର ଜୟସୁଖ ପଟେଲରେ ସେଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । କିଛି ଦିନ ପୂର୍ବେ ରାଜକୋଟ ପୋଲିସ ପକ୍ଷରୁ ଓରେଭା ଗ୍ରୁପର ପ୍ରମୋଟର ଜୟସୁଖ ପଟେଲଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଥିଲା । ଏକ ମାଜିଷ୍ଟ୍ରେଟ୍ କୋର୍ଟ ମଧ୍ୟ ପଟେଲଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ । ନିକଟରେ ପୋଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା । ଏଥିରେ ଜୟସୁଖ ପଟେଲଙ୍କ ନାଁ ୧୦ ନମ୍ୱର ଅଭିଯୁକ୍ତ ସ୍ଥାନରେ ରହିଥିଲା । ପୂର୍ବରୁ ଏହି ମାମଲାରେ ଅନ୍ୟ ୯ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ମୋରବିରେ ମଛୁ ନଦୀ ଉପରେ ନିର୍ମିତ ବ୍ରିଟିଶ ଅମଳର ଝୁଲା ପୋଲ ଅକ୍ଟୋବର ୩୦ ଭୁଶୁଡି ପଡିଥିଲା । ଏହି ବ୍ରିଜର ପରିଚାଳନା ଏବଂ ରକ୍ଷାଣବେକ୍ଷଣ ଦାୟିତ୍ୱ ଅଜନ୍ତା ମେନ୍ୟୁଫେକଚରିଂ ଲିମିଟେଡ୍ ଓରେଭା ଗ୍ରୁପ ପାଖରେ ରହିଥିଲା । ଏହି ମାମଲାରେ ପୋଲିସ ମୋରବିର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଏମଜେ ଖାନଙ୍କ ନିକଟରେ ୧୨୦୦ରୁ ଅଧିକ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଥିଲା ।

ଓରେଭା ଗୃପ ମୁଖ୍ୟ ଜୟସୁଖ ପଟେଲଙ୍କ ନାଁ ପୋଲିସ ଏଫଆଇଆରରେ ପ୍ରଥମେ ନଥିଲା । କିନ୍ତୁ ପୋଲିସ ଚାର୍ଜସିଟରେ ତାଙ୍କୁ ୧୦ ନମ୍ୱର ଅଭିଯୁକ୍ତ ଦର୍ଶାଇଥିଲା । ୩୦୦ରୁ ଅଧିକ ସାକ୍ଷୀଙ୍କ ବୟାନରେ ଚାର୍ଜସିଟ ପ୍ରସ୍ତୁତ କରାଯାଇଥିଲା । ମୋରବି ଦୁର୍ଘଟଣା ପରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ମଧ୍ୟ ଯେ ନିକଟରେ ଏହି ମାମଲା ଉପରେ ଗୁଜରାଟ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ ଓରେଭା ଗ୍ରୁପ ପୀଡିତଙ୍କ ପରିବାରକୁ ଅନୁକମ୍ପା ରାଶି ଦେବା ନେଇ ପ୍ରସ୍ତାବ ଦେଇଥିଲା । କିନ୍ତୁ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ ଅନୁକମ୍ପା ରାଶିର ପ୍ରସ୍ତାବ ଦେଇ ଅଭିଯୁକ୍ତ କୌଣସି ଉତ୍ତରଦାୟୀରୁ ବର୍ତ୍ତି ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking