ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା ପରେ ଝାରସୁଗୁଡା ପୋଲିସ ପ୍ରଶାସନ ଚର୍ଚ୍ଚାରେ ରହିଛି । ଏବେ ଏହି ଏଠାକାର ଏପିଙ୍କ ଉପରେ ନିଆଯାଇଛି ଏକ କଡା କାର୍ଯ୍ୟାନୁଷ୍ଠାନ । ଝାରସୁଗୁଡାର ଏସପି ରାହୁଲ ଜୈନଙ୍କୁ ବଦଳି କରାଯାଇଛି । ବରଗଡର ଏସପି ସ୍ମିତ୍ ପରମାର ଏବେ ଝାରସୁଗୁଡାର ଏସପି ଭାବରେ ନିଯୁକ୍ତି ପାଇଛନ୍ତି ।
ସେହିପରି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ମଧ୍ୟ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଠମଲ୍ଲିକର ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏଏସଆଇ ଗୋପାଳ ଦାସ ନବ ଦାସଙ୍କ ହତ୍ୟା କରିବା ପରେ ଚର୍ଚ୍ଚାରେ ରହିଥିଲେ ଏସଡିପିଓ ଗୁପ୍ତେଶ୍ୱର ଭୋଇ । ଉଭୟଙ୍କୁ ପୋଲି ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଅନ୍ୟପକ୍ଷରେ ବୌଦ୍ଧ ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କୁ ବରଗଡର ଏସପି ଭାବରେ ଦାୟିତ୍ୱ ମିଳିଥିବା ବେଳେ ରାୟଗଡାର ଅତିରିକ୍ତ ଏସପି ଶ୍ରୀ ରାଜ ପ୍ରସାଦ ବୌଦ୍ଧର ଏସପି ଭାବରେ ନିଯୁକ୍ତି ପାଇଛନ୍ତି ।