27.5 C
Bhubaneswar
Monday, July 22, 2024
Homeଖେଳଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଲା ନୂଆ ଖବର; ସୂଚନା ଦେଲେ ଡାକ୍ତର

ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଲା ନୂଆ ଖବର; ସୂଚନା ଦେଲେ ଡାକ୍ତର

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ କାର ଦୁର୍ଘଟଣାର ଶିକାର ହେବାପ‌ରେ ଗୁରୁତର ଆହତ ହୋଇଥିଲେ।  ଦୁର୍ଘଟଣାଗ୍ରସ୍ତ ପରେ ତାଙ୍କ କାରରେ ନିଆଁ ଲାଗି ଯାଇଥିଲା। ସେ ସୌଭାଗ୍ୟବଶତଃ ସେଥିରୁ ବାହାରି ଆସି ଲୋକଙ୍କ ସାହାଯ୍ୟ ‌ଲୋଡ଼ିଥିଲେ। ଘଟଣାସ୍ଥଳରେ ବସ ଚାଳକ ଓ କଣ୍ଡକ୍ଟରଙ୍କ ସାହାଯ୍ୟ ପାଇଁ ତାଙ୍କ ଜୀବନ ବଞ୍ଚି ଯାଇଥିବା କୁହାଯାଉଥିଲା।

ପନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ଦିନଠାରୁ ତାଙ୍କ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ଓ କ୍ରିକେଟର୍ସମାନେ ଭଗବାନଙ୍କ ଠାରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ବର୍ତ୍ତମାନ ପନ୍ତ ମୁମ୍ବାଇର କୋକିଲାବେନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି କ୍ରମରେ ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଗତିରେ ଉନ୍ନତି ହେଉଛି। ଯଦି ସବୁକିଛି ଠିକ୍‌ ରୁହେ ତେବେ ତାଙ୍କୁ ଚଳିତ ସପ୍ତାହରେ ଡାକ୍ତରଖାନାରୁ ଛୁଟି କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି । ଏନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ନିକଟରେ ପନ୍ତ ସୁସ୍ଥ ହେଉଥିବା କଥାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଥିଲେ। ଏହି ପୋଷ୍ଟରେ ପନ୍ତ ଲେଖିଥିଲେ, ‘ ମୁଁ ଆପଣ ସମସ୍ତଙ୍କ ପ୍ରାର୍ଥନା ଏବଂ ସମର୍ଥନ ଲାଗି କୃତଜ୍ଞ। ସମସ୍ତଙ୍କୁ ଜଣାଇବାକୁ ଚାହଁବି କି ମୋର  ଅସ୍ତ୍ରୋପଚାର ସଫଳ ହୋଇଛି। ଧୀରେ ଧୀରେ ସୁସ୍ଥ ଅନୁଭବ କରୁଛି।  ଏଭଳି କଠିନ ସମୟରେ ସମସ୍ତଙ୍କର ସମର୍ଥନ ଏବଂ ସକରାତ୍ମକ ଉର୍ଜା ପାଇଁ ସମସ୍ତଙ୍କୁ ପୁଣିଥରେ କୃତଜ୍ଞତା ଜଣାଉଛି।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking