36.1 C
Bhubaneswar
Monday, May 20, 2024
Homeଓଡିଶାଓଡ଼ିଆ ଆଇଏଏସ୍ ୟୁପିଏସ୍‌ସିର ନୂଆ ସଭ୍ୟ

ଓଡ଼ିଆ ଆଇଏଏସ୍ ୟୁପିଏସ୍‌ସିର ନୂଆ ସଭ୍ୟ

ଭୁବନେଶ୍ୱର: ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ ବା ୟୁପିଏସ୍‌ସିର ନୂଆ ସଭ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ଆଇଏଏସ୍ ବିଦ୍ୟୁତ୍ ବିହାରୀ ସ୍ୱାଇଁ । ସେ ଖୁବ୍‌ଶୀଘ୍ର କାର୍ଯ୍ୟଭାର ଗ୍ରହଣ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଦ୍ୟୁତ୍ ବିହାରୀଙ୍କୁ ଏହି ଗୁରୁତ୍ୱପୂର୍ଣ ପଦବୀରେ ଆସୀନ କରିଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୁଜୁରାଟ୍ କ୍ୟାଡର୍‌ର ୧୯୮୮ ବ୍ୟାଚର୍ ଆଇଏଏସ୍ ଅଧିକାରୀ ବିଦ୍ୟୁତ୍ ବିହାରୀ କଟକରେ ଜନ୍ମ ଗ୍ରହଣ କରିବା ସହ ରେଭେନ୍ସା କଲେଜର ଛାତ୍ର ଥିଲେ । ପିଲା ଦିନରୁ ମେଧବୀ ଥିଲେ ।

ପାଠ ପଢ଼ା ଶେଷକରି ଆଇଏଏସ୍ ପାଇବା ପରେ ସେ ଗୁଜରାଟର ବିଭିନ୍ନ ବିଭାଗରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ପରବର୍ତ୍ତୀକାଳରେ କେନ୍ଦ୍ର ସରକାରଙ୍କ ଅଧୀନକୁ ଡେପୁଟେସନରେ ଆସି ବିଭିନ୍ନ ମନ୍ତ୍ରଣାଳୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଏବେ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଅଛନ୍ତି । ଚଳିତ ବର୍ଷ ଅବସର ନେବେ । ହେଲେ ୟୁପିଏସ୍‌ସିର ନୂଆ ସଭ୍ୟ ପଦରେ ନିଯୁକ୍ତି ମିଳିଥିବାରୁ ଶ୍ରୀ ସ୍ୱାଇଁଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking