39.8 C
Bhubaneswar
Thursday, April 18, 2024
Homeଓଡିଶାଆସନ୍ତାକାଲି ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ହେବ ଅନ୍‌ଲାଇନ୍ ପାଠପଢ଼ା

ଆସନ୍ତାକାଲି ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ହେବ ଅନ୍‌ଲାଇନ୍ ପାଠପଢ଼ା

ଭୁବନେଶ୍ୱର:  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ପୁନଃ ୟୁଟ୍ୟୁବରେ ପାଠାପଢା ଆରମ୍ଭ ହେବ । ଆସନ୍ତାକାଲି  ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଅନ୍‌ଲାଇନ୍ ଶିକ୍ଷାଦାନ କରାଯିବ । ଏହି ବ୍ୟବସ୍ଥା  ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ସବୁ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଜାନୁଆରି ୨୭ ତାରିଖରୁ ଫେବ୍ରୁଆରି ୧୧ ତାରିଖ ପର୍ଯ୍ୟନ୍ତ କ୍ଳାସର ତଥ୍ୟ ଦିଆଯିବ । ପ୍ରତି ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଂ କ୍ଲାସର ଲିଙ୍କ ପୂର୍ବଦିନ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଯିବ । ଏହି ଲିଙ୍କ ହ୍ୱାଟସପ ଗ୍ରୁପ ମାଧ୍ୟମରେ ସେୟାର କରାଯିବ । ୪ର୍ଥ ଶ୍ରେଣୀ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବ କ୍ଲାସ ପାଇଁ ପୂର୍ବରୁ ସ୍ଥିର ହୋଇଥିବା ୧୫ ଟି ଜିଲ୍ଲାର ଶିକ୍ଷକ ଶିକ୍ଷାଦାନ କରିବେ ।

ନିଷ୍ପତ୍ତି ଅନୁସାରେ ରାଜ୍ୟରେ ୧୫ ଟି ଜିଲ୍ଲା ୟୁଟ୍ୟୁବ କ୍ଳାସର ଦାୟିତ୍ୱ ନେଇଛନ୍ତି । ଓଡିଆ ବିଷୟ କେନ୍ଦ୍ରାପଡା ସୋନପୁର ଗଞ୍ଜାମ ଢେଙ୍କାନାଳ ଓ ବରଗଡ ଜିଲ୍ଲାର ଶିକ୍ଷକ ଶିକ୍ଷାଦାନ କରିବେ । ଗଣିତ ବିଷୟ ନୟାଗଡ, ସମ୍ବଲପୁର, କଳାହାଣ୍ଡି ମୟୂରଭଞ୍ଜ ଓ ସୁନ୍ଦରଗଡଜିଲ୍ଲାର ଶିକ୍ଷକ ଶିକ୍ଷାଦାନ କରିବେ । ଇଂରାଜୀ ବିଷୟରେ କୋରାପୁଟ ଗଞ୍ଜାମ ପୁରୀ ଢେଙ୍କାନାଳ ଓ ସୁନ୍ଦରଗଡ ଜିଲ୍ଲାକୁ ଦାୟିତ୍ୱ ମିଳିଛି । ସେହିଭଳି ବିଜ୍ଞାନ ବିଷୟକୁ ପୁରୀ, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାକୁ ଦିଆଯାଇଛି । ପରିବେଶ ବିଜ୍ଞାନ ନୟାଗଡ ଓ ବଲାଙ୍ଗୀର ଜିଲ୍ଲା ପାଇଛନ୍ତି । ସାମାଜିକ ବିଜ୍ଞାନ ବିଷୟକୁ ବଲାଙ୍ଗୀର ଭଦ୍ରକ ଓ ପୁରୀ ଜିଲ୍ଲା ଶିକ୍ଷା ପଢାଇବେ ।

୪ର୍ଥ ଓ ୫ମ ଶ୍ରେଣୀ ପାଇଁ ୩ ଟି ପିରିୟଡ ସହ ୪ ଟି ବିଷୟ ପାଠ ପଢାଯିବ । ଏହାବାଦ ଷଷ୍ଠ ଶ୍ରେଣୀ ରୁ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ୩ ଟି କ୍ଳାସ କରାଯିବ । ଯେଉଁଥିରେ ୫ ଟି ବିଷୟ ପାଠ ପଢାଯିବ । ପ୍ରଥମ କ୍ଲାସ ସକାଳ ୯ ଟାରୁ ୯ ଟା ୩୦, ଦ୍ୱିତୀୟ କ୍ଳାସ ୯ ଟା ୩୫ ରୁ ୧୦ ଟା ୦୫ ଏବଂ ତୃତୀୟ କ୍ଳାସ ୧୦ ଟା୧୦ ରୁ ୧୦ ଟା ୪୦ ପର୍ଯ୍ୟନ୍ତ ହେବ । ପ୍ରତି କ୍ଳାସର ସମୟ ୩୦ ମିନିଟ ରଖାଯାଇଛି । ସେହିପରି ଭାବରେ ପ୍ରଥମ ରୁ ତୃତୀୟ ଶ୍ରେଣୀର ମଧ୍ୟ ପାଠପଢା ହେବ । ଦୈନିକ ୩୦ ମିନିଟ ଚାଲିବ । ତେବେ ୟୁଟୁବ୍ ପାଠପଢ଼ାର ସମୀକ୍ଷା ଏବଂ ଗୁଣାବତ୍ତା ଯାଞ୍ଚ ଦାୟିତ୍ୱ ଓସେପାକୁ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking