24.1 C
Bhubaneswar
Tuesday, May 24, 2022
Homeଓଡିଶାତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଯାଞ୍ଚ ହେଲା, ବାହାରି ପାରିଲିନି ପ୍ରାର୍ଥୀ ତାଲିକା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଯାଞ୍ଚ ହେଲା, ବାହାରି ପାରିଲିନି ପ୍ରାର୍ଥୀ ତାଲିକା

ଭୁବନେଶ୍ୱର:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ଶନିବାର ଯାଞ୍ଚ ଶେଷ ହୋଇଛି । ହେଲେ ବିଳମ୍ବିତ ରାତ୍ରି ସୁଦ୍ଧା ପ୍ରାର୍ଥୀଙ୍କ ତାଲିକା ବାହାରି ପାରିନାହିଁ ଓ ରବିବାର ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ତେବେ ଜାନୁଆରୀ ୨୫ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ ଏବଂ ପରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ।

ତେବେ ଏଇ ନିର୍ବାଚନରେ ଶିକ୍ଷିତ ଯୁବକ ଯୁବତୀ ଅଧିକ ସଂଖ୍ୟାରେ ଭାଗ ନେଇଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, ଚୂଡାନ୍ତ ରିପୋର୍ଟ ଅନୁସାରେ ମୋଟ ୨,୨୯,୦୬୨ ପାର୍ଥୀ ନାମାଙ୍କନ ଭରିଛନ୍ତି । ୧,୬୨,୨୯୭ ୱାର୍ଡ ମେମ୍ବର, ୩୪,୬୧୩ ସରପଞ୍ଚ, ୨୮,୧୫୩ ପଞ୍ଚାୟତ ସମିତି ସଭ୍ୟ ଓ ୩୯୯୯ ଜିଲ୍ଲା ପରିଷଦ ସଭ୍ୟ ମନୋନୟନ ପତ୍ର ଦାଖଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking