29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକଣ୍ଡୋମ ନ ମିଳିବାରୁ ପ୍ରାଇଭେଟ ପାର୍ଟରେ ଅଠା ବୋଳିଦେଲେ ଯୁବକ, ତା’ ପରେ କ’ଣ ହେଲା...

କଣ୍ଡୋମ ନ ମିଳିବାରୁ ପ୍ରାଇଭେଟ ପାର୍ଟରେ ଅଠା ବୋଳିଦେଲେ ଯୁବକ, ତା’ ପରେ କ’ଣ ହେଲା ଜାଣିଲେ ମୁଣ୍ଡରେ ହାତ ଦେବେ..

ନୂଆଦିଲ୍ଲୀ : କଣ୍ଡୋମ୍ ନ ମିଳିବାରୁ ଯୌନାଙ୍ଗରେ ଅଠା ଲଗାଇଥିଲେ ଯୁବକ କିନ୍ତୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଗୁଜରାଟର ଅହମ୍ମଦାବାଦରେ ଏଭଳି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଯୁବକ ଜଣକ ନିଜ ଗାର୍ଲଫ୍ରେଣ୍ଡ ସହ ସମ୍ବନ୍ଧ ବନାଇବା ବେଳେ ପ୍ରାଇଭେଟ୍ ପାର୍ଟରେ ଅଠା ବୋଳି ଦେଇଥିଲେ । ତାଙ୍କ ପାଖରେ କଣ୍ଡୋମ୍ ନଥିବାରୁ ସେ ଏଭଳି ପନ୍ଥା ଆପଣାଇଥିଲେ । କିନ୍ତୁ ଏହା ତାଙ୍କ ଜୀବନ ନେଇଗଲା । ସୂଚନାନୁଯାୟୀ, ଅହମ୍ମଦାବାଦର ଫତେହବାଡ଼ିର ବାସିନ୍ଦା ସଲମାନ୍ ମିର୍ଜା ଗାର୍ଲଫ୍ରେଣ୍ଡ ସହ ଏକ ହୋଟେଲକୁ ଯାଇଥିଲେ । ସେଠାରେ ପ୍ରଥମେ ସେମାନେ ଡ୍ରଗ୍ସ ସେବନ କରିଥିଲେ । ତା’ ପରେ ଉଭୟେ ସେକ୍ସ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସଲମାନ୍ ନିଜ ସହ କଣ୍ଡୋମ୍ ନେଇ ନଥିଲେ । ଗର୍ଭାବସ୍ଥାରୁ ବର୍ତ୍ତିବା ପାଇଁ ସଲମାନ୍ ନିଜ ପ୍ରାଇଭେଟ୍ ପାର୍ଟରେ ଅଠା ଲଗାଇ ସିଲ୍ କରି ଦେଇଥିଲେ । କିନ୍ତୁ ଶାରୀରିକ ସମ୍ପର୍କ ବେଳେ ଏହି ଅଠା ଯୋଗୁ ତାଙ୍କ ଯୌନାଙ୍ଗରେ ପ୍ରବଳ ଆଘାତ ଲାଗିଥିଲା ଓ କ୍ଷତ ଅତି ଭିତରକୁ ଚାଲିଯାଇଥିଲା । ଫଳରେ ଅର୍ଗାନ ଫେଲୋୟର ଯୋଗୁ ତାଙ୍କ ମୃତ୍ୟୁ ଘଟିଥିଲା । ମୃତଦେହକୁ ନେଇ ଜଙ୍ଗଲରେ ଫିଙ୍ଗିଦେଇଥିଲେ । ସଲମାନଙ୍କର ଜଣେ ସମ୍ପର୍କୀୟ ତାଙ୍କ ମୃତଦେହ ଜଙ୍ଗଲରେ ଦେଖି ପୋଲିସରେ ଖବର ଦେଇଥିଲେ । ପୋଲିସ ତଦନ୍ତ କରିବା ପରେ ମାମଲା ବିଷୟରେ ଜାଣିବାକୁ ପାଇଛି । ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମାମଲା ପଛରେ ଆଉ କିଛି କାରଣ ଅଛି କି ନାହିଁ ଜଣାପଡ଼ିବ । କିନ୍ତୁ ପ୍ରାରମ୍ଭିକ ତଦନ୍ତରୁ ଅଠା ଯୋଗୁ ହିଁ ମୃତ୍ୟୁ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking