40.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ୟୁସନରୁ ଘରକୁ ଫେରୁଥିବା ଛାତ୍ରୀଙ୍କୁ ରାସ୍ତା ମଝିରୁ ଉଠାଇନେଲେ ଯୁବକ

ଟ୍ୟୁସନରୁ ଘରକୁ ଫେରୁଥିବା ଛାତ୍ରୀଙ୍କୁ ରାସ୍ତା ମଝିରୁ ଉଠାଇନେଲେ ଯୁବକ

ଚାନ୍ଦବାଲି : ଟ୍ୟୁସନରୁ ଫେରୁଥିବାବେଳେ ରାସ୍ତା ମଝିରେ ଯୁବତୀଙ୍କୁ ଅପହରଣ । ଜୋରଜବରଦସ୍ତ ଟାଣି ଓଟାରୀ ଇଣ୍ଡିଗୋ କାରରେ ବସାଇ ନେଇଗଲେ ଯୁବକ । ଠେଲିପେଲି ଅପହରଣ କରି ନେଇଯାଉଥିବା ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ । ଯୁବତୀ ଜଣକ ଉଗ୍ରତରା ଗାଁ’ର ଗୌରହରି ପଣ୍ଡାଙ୍କ ଝିଅ ମଧୁସ୍ମିତା ପଣ୍ଡା । ପରିବାର ଲୋକେ ଝିଅକୁ ଅପହରଣ କରିନେଇଥିବା ନେଇ ଗତ ୧୯ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ହାତ ଖାଲି । ଏନେଇ ପରିବାର ଲୋକେ ଗତ ୧୦ଦିନ ହେଲା ଥାନାକୁ ଦୌଡୁଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇପାରିନଥିଲେ । ଏବେ ମହୁଲିଆ ଛକ ନିକଟରେ ଏକ ସିମେଣ୍ଟ ଦୋକାନରୁ ଝିଅ ଅପହରଣ ସିସିଟିଭି ଫୁଟେଜ ମିଳିବାପରେ ଝିଅକୁ ଉଦ୍ଧାର ପାଇଁ ପରିବାର ଲୋକେ ପୋଲିସ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି । ତେବେ ଅପହରଣ କରିଥିବା ଯୁବକ ଜଣକ ପରମାନନ୍ଦପୁର ଗାଁର ପୃଥୀରାଜ କରଣ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଦିନ ଝିଅ ସବୁଦିନ ପରି ସକାଳେ ଚାନ୍ଦବାଲିକୁ ଟ୍ୟୁସନ ଯାଇଥିଲେ । କିନ୍ତୁ ସେଦିନ ଆଉ ଟ୍ୟୁସନରୁ ଘରକୁ ଫେରିନଥିଲେ । ଟ୍ୟୁସନ ସାରଙ୍କ ସହ ଯୋଗାଯୋଗ କରିବାରୁ ଝିଅ ଏକ ଟାଟା ମ୍ୟାଜିକରେ ଘରକୁ ଯାଇଥିବା ସେ କହିଥିଲେ । ତେବେ ଘରେ ନପହଞ୍ଚିବାରୁ ବହୁ ଖୋଜାଖୋଜି ପରେ ଝିଅ ନିଖୋଜ ଓ ପୂର୍ବରୁ ପରମାନନ୍ଦପୁର ଗାଁର ପୃଥିରାଜ କରଣ ଝିଅକୁ ବିଭିନ୍ନ ସମୟରେ ହଇରାଣ କରୁଥିଲା, ତେବେ ସେ ହିଁ ଝିଅକୁ ଅପହରଣ କରିଥିବା ନେଇ ଝିଅର ମା’ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟରେ ପୋଲିସ କହିଛି ଝିଅର ମା’ଙ୍କ ଏତଲା ଅନୁଯାୟୀ ନିଖୋଜ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଚଳାଇଛି । ସିସିଟିଭି ଫୁଟେଜ ଏବେ ହସ୍ତଗତ ହୋଇଛି । ଝିଅକୁ ଉଦ୍ଧାର ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking