25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶବୁଲା କୁକୁର ଆକ୍ରମଣରେ ଚାଲିଗଲା ଦେଢ଼ ବର୍ଷ ଶିଶୁକନ୍ୟାର ଜୀବନ

ବୁଲା କୁକୁର ଆକ୍ରମଣରେ ଚାଲିଗଲା ଦେଢ଼ ବର୍ଷ ଶିଶୁକନ୍ୟାର ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀର ତୁଗଲୋକ ରୋଡର ଧୋବି ଘାଟରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି । ବୁଲା କୁକୁର ଆକ୍ରମଣରେ ଦେଢ଼ ବର୍ଷର ଝିଅର ମୃତ୍ୟୁ ଘଟିଛି । ବୁଲା କୁକୁର ଆକ୍ରମଣ କରିବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ସଫଦରଜଙ୍ଗ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଏକ ଏନଡିଏମସି ଟିମ୍ କୁକୁରକୁ ଧରିବାକୁ ଆସିଥିଲେ । ହେଲେ ଆକ୍ରମଣ କରିଥିବା କୁକୁରକୁ ସୁଦ୍ଧା ଆକ୍ରମଣ କରିଥିବା କୁକୁରକୁ ଏନଡିଏମସି ଟିମ୍ ଧରିବାରେ ସଫଳ ହୋଇନାହିଁ ନାହିଁ । ମୃତ ଶିଶୁଙ୍କ ବାପା ଦିନ ମଜୁରିଆ ଭାବେ କାମ କରନ୍ତି ।ମୃତ ଶିଶୁଙ୍କ ପରିବାର ଲୋକେ କହିଛନ୍ତି,‘‘ କୁକୁରଟି ଅନେକ ସମୟରେ ସମସ୍ତଙ୍କୁ ଆକ୍ରମଣ କରିଥାଏ । ଏନେଇ ଆମେ କୁକୁରକୁ ପ୍ରତିଦିଦ ଖାଇବାକୁ ଦେଉଥିବା ମହିଳାଙ୍କୁ କହିଥିଲୁ । ହେଲେ ସେ ଆମକୁ ଧମକ ଦେଉଥିଲେ ।’’ଏନଡିଏମସିର ଜଣେ ବରିଷ୍ଠ ଅଧିକାରୀ ମୃତ ଶିଶୁଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି । ବରିଷ୍ଠ ଅଧିକାରୀ କହିଛନ୍ତି ଏହି ଘଟଣା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ପୁଲିସ୍ ଅହି ଘଟଣା ସମ୍ପର୍କରେ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking