25.8 C
Bhubaneswar
Saturday, July 27, 2024
Homeଅପରାଧପ୍ରଥମେ ଘରୁ ଅପହରଣ ପରେ ଦୁଇ ନାବାଳିକାଙ୍କ ସହ ଏମିତ କଲେ ୧୧ ପିଶାଚ...

ପ୍ରଥମେ ଘରୁ ଅପହରଣ ପରେ ଦୁଇ ନାବାଳିକାଙ୍କ ସହ ଏମିତ କଲେ ୧୧ ପିଶାଚ…

ରାଞ୍ଚି: ଝାଡଖଣ୍ଡର ଲୋହରଦଗା ଜିଲ୍ଲାରେ ଲୋମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି । ଦୁଇଜଣ ନାବାଳିକାଙ୍କୁ ୧୧ ଜଣ ଅଭିଯୁକ୍ତ କରିଛନ୍ତି ଗଣ ଦୁଷ୍କର୍ମ । ପୋଲିସ ଏହି ଘଟଣାର ସମସ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଲୋହରଦଗା ଜିଲ୍ଲାର ବଗାଡୁ ଥାନା ଅନ୍ତର୍ଗତ ଅଲଗା ଅଲଗା ଗାଁରେ ରହୁଥିବା ୩ ଜଣ ନାବାଳିକା ଗତ ଶନିବାର ଦିନ ନିଜର ଏକ ବାନ୍ଧବୀ ଘରକୁ ଯାଇଥିଲେ । ସେହି ବାନ୍ଧବୀ ଜଣଙ୍କର ଘର ସ୍ନେହା ଥାନା ଅନ୍ତର୍ଗତ କଣ୍ଡରା ଗାଁ ହୋଇଥିବା ବେଳେ ସେ ଉକ୍ତ ୩ ନାବାଳିକାଙ୍କୁ ନିଜ ଜନ୍ମଦିନ ପାଳନ ପାଇଁ ଘରକୁ ଡାକିଥିଲେ । ଜନ୍ମଦିନ ପାଳନ କରିସାରିବା ପରେ ସନ୍ଧ୍ୟା ସମୟରେ ସେମାନେ ଫେରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନାବାଳିକା ନିଜ ଘରକୁ ଫେରିଯାଇଥିବା ବେଳେ ଅନ୍ୟ ୨ ଜଣ ନାବାଳିକା ନିଜର ଜଣେ ପରିଚିତଙ୍କ ଘରେ ରହିଥିଲେ । ସେହି ପରିଚିତ ବ୍ୟକ୍ତିଙ୍କ ଘର ବଗଡୁ ଥାନା ଅନ୍ତର୍ଗତ ଏକ ଗାଁରେ ସେମାନେ ରହିଥିଲେ । ଶନିବାର ବିଳମ୍ବିତ ରାତିରେ ୧୧ ଜଣ ଲୋକ ସେମାନଙ୍କ ଘରେ ଆସି ପହଞ୍ଚିଥିଲେ, ଯେଉଁଥିରେ ୩ ଜଣ ନାବାଳକ ମଧ୍ୟ ସାମିଲ ଥିଲେ । ସମସ୍ତ ୧୧ ଜଣ ଅଭିଯୁକ୍ତ ମିଳିତ ଭାବେ ଉଭୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ରବିବାର ଦିନ ଉଭୟ ନାବାଳିକା ବଗଡୁ ଥାନାକୁ ଯାଇ ପୋଲିସକୁ ସମସ୍ତ ଘଟଣା ବିଷୟରେ କହିବା ସହ ମାମଲା ରୁଜୁ କରିଥିଲେ । ଏହା ପରେ ପୋଲିସ ତ୍ବରିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସବ ଡିଭିଜନାଲ ପୋଲିସ ଅଧିକାରୀ ଶ୍ରଦ୍ଧା କେର୍କେଟାଙ୍କ ନିର୍ଦେଶ କ୍ରମେ ବଗାଡୁ ଥାନା ପ୍ରଭାରୀ ତ୍ବରିତ କାର୍ୟ୍ୟାନୁଷ୍ଠାନ ନେଇ ୩ ଜଣ ନାବାଳକଙ୍କ ସମେତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ହୋଇଥିବା ଅଭିଯୁକ୍ତମାନେ ବଗାଡୁ, ଭୁଷାଡ ଓ ଗାଙ୍ଗୁପାର ଗାଁର ବାସିନ୍ଦା ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି । ଏହି ଗଣଦୁଷ୍କର୍ମ ଘଟଣା ଫଳରେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଯାହା ଫଳରେ ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା । ଏସଡିପିଓ କହିଛନ୍ତି ଯେ ପୋଲିସ ଏହି ମାମଲାରେ ଅଧିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking