36.1 C
Bhubaneswar
Monday, May 20, 2024
Homeଓଡିଶାପଞ୍ଚମ ଦିନରେ ପହଞ୍ଚିଛି ବରଗଡ଼ ଧନୁଯାତ୍ରା

ପଞ୍ଚମ ଦିନରେ ପହଞ୍ଚିଛି ବରଗଡ଼ ଧନୁଯାତ୍ରା

ବରଗଡ: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତଥା ଅଲୌକିକ ଶକ୍ତି ଦିନକୁ ଦିନ ଗୋପପୁର ସମେତ ଆଖ ପାଖ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି। ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ-ବଳରାମଙ୍କ ବାଲ୍ୟ ଲୀଳା ଅଭିନୀତ ହୋଇଥିଲା। କୃଷ୍ଣବଳରାମ ଗୋପାଳ ବାଳକଙ୍କ ସହିତ ଗୋଚାରଣ କରି ବଣଭୋଜି କରିବାର ଦୃଶ୍ୟ ବେଶ ଉପଭୋଗ୍ୟ ହୋଇପାରିଛି।

ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣ ସଖା ସୁଦାମଙ୍କ ଖୁଦ ଭଜା ଖାଇବା ଦୃଶ୍ୟ ବେଶ୍ ହୃଦୟସ୍ୱର୍ଶୀ ଥିଲା। ପରେ ପରେ କୃଷ୍ଣ ଦହିହାଣ୍ଡି ଭାଙ୍ଗି ଦେବାରୁ ମା’ ଯଶୋଦା କୃଷ୍ଣଙ୍କୁ ବୃକ୍ଷରେ ବାନ୍ଧି ଦେଇଥିବାବେଳେ ଭଗବାନ ଶ୍ରୀକୃଷ୍ଣ ଶାପଗ୍ରସ୍ତ ଦୁଇ ଗର୍ନ୍ଧବ ଭାଇ ଯାମଳାର୍ଜୁନଙ୍କୁ ମୁକ୍ତ କରିଛନ୍ତି ।

ଏହି ଅବସରରେ ସୃଷ୍ଟି କର୍ତ୍ତା  ବ୍ରହ୍ମା ଗୋପୀ ତଥା ରାଧାଙ୍କୁ ବିମୋହିତ କରିବା ପାଇଁ କୃଷ୍ଣଙ୍କୁ ମୋହନ ବଂଶୀ ପ୍ରଦାନ କରିଛନ୍ତି । ଅପରପକ୍ଷେ ଦିନକୁ ଦିନ କାଳିୟ ନାଗର ଦର୍ପଦଳନ ପାଇଁ କାଳିନ୍ଦି ହ୍ରଦକୁ ଡ଼େଇଁପଡ଼ିଥିବା ବେଳେ କାଳିନାଗ ସହ ଯୁଦ୍ଧ କରି ତାର ଗର୍ବ ଚୁର୍ଣ୍ଣ କରିଛନ୍ତି ଶ୍ରୀକୃଷ୍ଣ । ଏପଟେ ଗୋପୀ ଗୋପାଙ୍ଗନା ମାନେ କୃଷ୍ଣଙ୍କ ଠାରୁ ଲୁଚି ଛପି ଯମୁନା ପାରି ହୋଇ ମଥୁରାରେ ଦହି ବିକ୍ରି କରିବାକୁ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking