32.8 C
Bhubaneswar
Tuesday, April 16, 2024
Homeଦେଶ ବିଦେଶପୁଜାଙ୍କ ଜନ୍ମଦିନରେ ପ୍ରଭାସ ସେୟାର କଲେ ନୂଆ ଫିଲ୍ମ 'ରାଧେ ଶ୍ୟାମ' ର ପୋଷ୍ଟର

ପୁଜାଙ୍କ ଜନ୍ମଦିନରେ ପ୍ରଭାସ ସେୟାର କଲେ ନୂଆ ଫିଲ୍ମ ‘ରାଧେ ଶ୍ୟାମ’ ର ପୋଷ୍ଟର

ନୂଆଦିଲ୍ଲୀ : ସାଉଥ ଜଗତର ନାମୀ ଦାମୀ ହିରୋଇନ୍ ହେଉଛନ୍ତି ଅଭିନେତ୍ରୀ ପୂଜା ହେଗଡେ । ତାଙ୍କ ଲୁକ୍ ଯେମିତି ଦମଦାର ସନେମାରେ ତାଙ୍କ ଅଭିନୟ ମଧ୍ୟ ସେତିକି ଦମଦାର । ଅନେକ ସୁପରଷ୍ଟାରଙ୍କ ସହ ସ୍କ୍ରିନ୍ ସେୟାର କରି ଏବେ ସେ ବେଶ୍ ସଫଳତାର ସହ ଆଗକୁ ବଢି ଚାଲିଛନ୍ତି । ତେବେ ଆଜି ହେଉଛି ପୂଜା ହେଗେଡେଙ୍କର ଜନ୍ମଦିନ । ସେ ଆଜି ତାଙ୍କର ୩୧ ତମ ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି । ତାଙ୍କର ଏହି ସ୍ପେସିଆଲ୍ ଡେ ରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ନାମୀ ଦାମୀସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସୋସିଆଲ ମିଡିଆରେ ୱିଶ୍ ଜଣାଇଛନ୍ତି ।

ତେବେ ପୂଜା ହେଗେଡେ କେବଳ ସାଉଥ ନୁହେଁ ବଲିଉଡରେ ବି ନିଜ ଜଲୱା ଦେଖାଇ ସାରିଛନ୍ତି । ତାମିଲ୍ ଫିଲ୍ମରୁ ନିଜ ଅଭିନୟ ଆରମ୍ଭ କରିଥିବା ପୂଜା ପ୍ରଥମେ ୨୦୧୨ରେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ପ୍ରଥମେ ଏକ ତାମିଲ୍ ଫିଲ୍ମ କରିବା ପରେ ୧୦୧୪ରେ ସେ ତେଲୁଗୁ ଇଣ୍ଡଷ୍ଟ୍ରିରେ ବି ନିଜ ଡେବ୍ୟୁ କରିଥିଲେ । ସୁପରଷ୍ଟାର ନାଗ ଚୈତନ୍ୟଙ୍କ ଅପୋଜିଟ୍ ସେ ନଜର ଆସିଥିଲେ । ପରେ ପରେ ତାଙ୍କୁ ବଲିଉଡ ମୁଭି ‘ମହେନଯୋଦାରୋ’ ରେ ବି ଦେଖିବାକୁ ମିଳିଥିଲା । ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ସହ ତାଙ୍କ ଯୋଡି ବେଶ୍ ଜମିଥିଲା । ଏହି ଫିଲ୍ମଟି ସୁପରହିଟ୍ ହେବା ପରେ ସେ ଆଉ ବଲିଉଡରେ ନଜର ଆସ ନଥିଲେ । ତାଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ତେଲୁଗୁ ମୁଭିି ଗୁଡିକରେ ଦେଖିବାକୁ ମିଳୁଥିଲା । ତେଲୁଗୁ ଫିଲ୍ମ ଦୁନିଆରେ ସଫଳତା ପାଇବା ପରେ ଏବେ ତାଙ୍କ ହାତରେ ରହିଛି ଅନେକ ଗୁଡିଏ ବିଗ୍ ବଜେଟ୍ ସିନେମା । ରାଧେ ଶ୍ୟାମ୍, ସର୍କସ, ବିଷ୍ଟ୍, ଆଚାର୍ଯ୍ୟ, ମୋଷ୍ଟ୍ ଏଲିଜିବୁଲ୍ ବ୍ୟାଚଲର ଭଳି କିଛି ବିଗ୍ ବଜେଟ୍ ମୁଭିରେ ସେ ଆଗକୁ ନଜର ଆସିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking