ମାଆ ମୋବାଇଲ ଛଡ଼ାଇ ନେବାରୁ, ଜୀବନ ହାରିଦେଲା ପୁଅ

କୋରାପୁଟ: ମା’ ମୋବାଇଲ ଛଡ଼ାଇ ନେବାରୁ ଅଷ୍ଟମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା । ଏପରି ଘଟଣା ଘଟିଛି କୋରାପୁଟ ସହର ଗୌତମ ନଗରରେ । ମୃତକ ହେଲେ ଗୌତମନଗରର ଶ୍ରୀନିବାସ ରାଓଙ୍କ ୧୩ ବର୍ଷ ବୟସର ପୁଅ ବି.ମନୋହର । ଅଷ୍ଟମ ଶ୍ରେଣୀର ମନୋହର କୋରାପୁଟ ସ୍ଥିତ ଏକ ଘରୋଇ ସ୍କୁଲର ଛାତ୍ର । କରୋନା ଯୋଗୁ ଅନଲାଇନ କ୍ଲାସ ଚାଲୁଛି । ତେଣୁ ମନୋହର ହାତରେ ଅଧକାଂଶ ସମୟ ମୋବାଇଲ ରହୁଥିବାରୁ ପାଠ ନପଢି ଗେମ୍ ଖେଳୁଥିଲା । ପରିବାର ଲୋକେ ଯେତେ ବୁଝାଇଲେ ବି ଗେମ୍ ଖେଳରୁ ବାଦ୍ ପଡ଼ୁନଥିଲା ମନୋହର । ଗତକାଲି ପରିବାର ଲୋକେ ଏଥିରେ ଅତିଷ୍ଠ ହୋଇ ମନହୋର ଠାରୁ ମୋବାଇଲ ଛଡ଼ାଇ ଆଣିଥିଲେ । ଫଳରେ ଅତ୍ୟନ୍ତ କ୍ରୋଧିତ ହୋଇଥିଯାଇଥିଲା ମନୋହର । ସେ ଏକ ରୁମ ଭିତରକୁ ପଶି ଭିତରୁ କବାଟ ବନ୍ଦ କରିଦେଇଥିଲା । ପରେ ବେକରେ ଶାଢ଼ି ବାନ୍ଧି ଫ୍ୟାନରେ ଝୁଲିପଡି ଆତ୍ମହତ୍ୟା କରିଥିଲା । ଏନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପରିବାର ଲୋକ ଜାଣିବାପରେ ପୁଅକୁ ତୁରନ୍ତ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରିକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ଖବରପାଇ ଟାଉନଥାନା ପୋଲିସ ମେଡିକାଲଠାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here