28.1 C
Bhubaneswar
Saturday, April 27, 2024
Homeକରୋନାବଢ଼ିଲା ଚିନ୍ତା : ଭାରତରେ ମିଳିଲା ଓମିକ୍ରନର ନୂଆ ଭାରିଆଣ୍ଟ ବିଏ-୨

ବଢ଼ିଲା ଚିନ୍ତା : ଭାରତରେ ମିଳିଲା ଓମିକ୍ରନର ନୂଆ ଭାରିଆଣ୍ଟ ବିଏ-୨

ଇନ୍ଦୋର : ସାରା ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନାର ଆଉ ଏକ ନୂତନ ଭାରିଆଣ୍ଟ ବିଏ-୨ର ମାମଲା ଭାରତରେ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଓମିକ୍ରନର ଉପ ଭାରିଆଣ୍ଟ ବିଏ-୨ ଦେଖିବାକୁ ମିଳିଛି । ଏହା ଦ୍ୱାରା ଭୋପାଳରେ ୧୬ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ ଛୋଟ ପିଲା ମଧ୍ୟ ଅଛନ୍ତି । ଅନ୍ୟ ପକ୍ଷରେ ଦେଶସାରା ୫୩୦ଟି ନମୂନାକୁ ପରୀକ୍ଷା ପାଇଁ ପଠାଯାଇଛି । ବ୍ରିଟେନ୍‌, ଅଷ୍ଟ୍ରେଲିଆ ଓ ଡେନମାର୍କ ଦେଶରେ ବିଏ-୨ର ମାମଲା ସାମନାକୁ ଆସିଛି । ଏହି ଭାରିଆଣ୍ଟ ଓମିକ୍ରନ୍ ପରି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଚିହ୍ନଟ କରି ନପାରିଲେ ଏହାର ସଂକ୍ରମଣକୁ ରୋକିବା ଆହ୍ୱାନ ଭରା ହେବ । ସବୁଠୁ ବଡ କଥା ହେଲା ଟେଷ୍ଟ କିଟ୍ ରେ ବି ଏହା ଧରା ପଡୁନାହିଁ । ବ୍ରିଟେନ୍‌, ସ୍ୱିଡେନ ଓ ସିଙ୍ଗାପୁରରୁ ୧୦୦ରୁ ଅଧିକ ନମୂନା ଯାଞ୍ଚ ପାଇଁ ପଠାଯାଇଛି । ଏହି ନୂତନ ଭାରିଆଣ୍ଟର ମାମଲା ପ୍ରଥମେ କେଉଁଠି ଦେଖା ଦେଇଥିଲା ତାହା ଜଣା ପଡିନାହିଁ । ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା ଅନୁସାରେ ବ୍ରିଟେନରେ ପ୍ରଥମ ଥର ପାଇଁ ୬ ଡିସେମ୍ବର ୨୦୨୧ରେ ‘ଷ୍ଟେଲ୍ଥ‘ ଭାରିଆଣ୍ଟ ବିଷୟରେ ଜଣା ପଡିଥିଲା । ସେଠାରେ ଏହାର ୪୨୬ଟି ମାମଲା ଜଣାପଡିଛି । ଏହାକୁ ବ୍ରିଟେନରେ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି । କରୋନାର ଏହି ନୂଆ ଭାରିଆଣ୍ଟ ଓମିକ୍ରନ ପରି ଅଟେ । ଓମିକ୍ରନ ପରି ଏହାକୁ ଜେନେଟିକ୍ ସିକ୍ୱେନ୍ସିଂ ଦ୍ୱାରା ଚିହ୍ନଟ କରାଯାଇ ପାରିବ । କରୋନାର ସମସ୍ତ ଭାରିଆଣ୍ଟ ଉପରେ ଗବେଷଣା କରୁଥିବା ଜେନେଭା ବିଶ୍ୱବିଦ୍ୟାଳୟର ନିର୍ଦେଶକ ଫ୍ଲେହାଲ୍ଟ କହିଛନ୍ତି, ଏହାର ନାମ ଶୁଣି ହଡବଡେଇବାର ଆବଶ୍ୟତକା ନାହିଁ କିନ୍ତୁ ସତର୍କ ରହିବାକୁ ପଡିବ । ଏହା ଓମିକ୍ରନ ପରି ସଂକ୍ରାମକ ଅଟେ କିନ୍ତୁ ଏପର୍ଯ୍ୟନ୍ତ ଜଣା ପଡି ନାହିଁ ଯେ ଏହା କେତେ ବିପଦଜ୍ଜନକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking