28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶରାତି ପାହିଲେ ହୋଇଥା’ନ୍ତା ବାହାଘର, ହେଲେ ବଦଳିଗଲା ଜୀବନ ସାଥୀ....

ରାତି ପାହିଲେ ହୋଇଥା’ନ୍ତା ବାହାଘର, ହେଲେ ବଦଳିଗଲା ଜୀବନ ସାଥୀ….

ଚେନ୍ନାଇ : ସାମାନ୍ୟ ଏକ ଘଟଣାକୁ ନେଇ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେବା ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା । ଯାହାକୁ ସାରା ଜୀବନ ସାଥୀ କରିଥା’ନ୍ତେ, ତାକୁ ସବୁଦିନ ପାଇଁ ହରାଇଲେ । ବିବାହର କିଛି ଘଣ୍ଟା ପୂର୍ବରୁ ଜଣେ ଯୁବତୀ ବାହାଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି । ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିବାରୁ କନ୍ୟାକୁ ବର ଚାପୁଡା ମାରିଥିଲା । ଏହାପରେ କନ୍ୟା ବାହାଘର ଭାଙ୍ଗି ଦେଇଥିଲା ଓ କିଛି ଘଣ୍ଟା ପରେ ଜଣେ ସମ୍ପର୍କୀୟ ଭାଇଙ୍କୁ ବାହା ହୋଇଥିଲେ । ତାମିଲନାଡୁରେ ଏହି ଘଟଣା ଘଟିଛି । ଯୁବତୀ ଜଣକ ପୋଷ୍ଟ୍ ଗ୍ରାଜୁଏଟ୍ କରିଥିବା ବେଳେ ଯୁବକ ଜଣକ ଚେନ୍ନାଇରେ ଏକ କମ୍ପାନୀରେ ସିନିୟର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ଜାନୁଆରୀ ୨୦ରେ ସେମାନଙ୍କର ବିବାହ ହେବାର ଥିଲା । ତେବେ ବିବାହର ଦିନକ ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା । ଯେତେବେଳେ ଉଭୟ ପରିବାର ସଦସ୍ୟଙ୍କ ସହ ଡ୍ୟାନ୍ସ ଫ୍ଲୋରକୁ ଓହ୍ଲାଇଲେ ଓ ଡିଜେ ମ୍ୟୁଜିକ୍‌ର ତାଳରେ ନାଚିବା ଆରମ୍ଭ କଲେ ଏହାପରେ ସବୁକିଛି ଗଡ଼ବଡ଼ ହୋଇଯାଇଥିଲା । ବର ଓ କନ୍ୟା ଡ୍ୟାନ୍ସ କରୁଥିବା ବେଳେ ଏହି ସମୟରେ କନ୍ୟାର ଜଣେ ସମ୍ପର୍କୀୟ ଭାଇ ଆସି ପହଞ୍ଚିଗଲେ । ଏହାପରେ ସମ୍ପର୍କୀୟ ଭାଇ ବର ଓ କନ୍ୟାର କାନ୍ଧରେ ହାତ ରଖି ନାଚିବା ଆରମ୍ଭ କରି ଦେଇଥିଲେ । ଏଥିରେ ସମ୍ପୃକ୍ତ ଯୁବକ ବିରକ୍ତ ଭାବ ପ୍ରକାଶ କରିଥିଲେ । ଏହାପରେ ବର, କନ୍ୟା ଓ ତାଙ୍କର ସମ୍ପର୍କୀୟ ଭାଇଙ୍କୁ ଠେଲି ଦେଇଥିଲେ । ଏହାପରେ କନ୍ୟାକୁ ବର ଚାପୁଡ଼ା ମାରିଥିବା କନ୍ୟା ଘର ଲୋକ ଅଭିଯୋଗ ଆଣିଛନ୍ତି । କନ୍ୟା ବାପାଙ୍କ ଅଭିଯୋଗ ଅନୁସାରେ, ବର ତାଙ୍କ ଝିଅକୁ ଚାପୁଡ଼ା ମାରିବା ସହ ତାଙ୍କୁ ଓ ତାଙ୍କ ପରିବାରକୁ ହଲ୍ ଛାଡ଼ି ଚାଲିଯିବା ପାଇଁ କହିଥିଲେ । ଏହାପରେ କନ୍ୟା ବାହାଘର ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଏହାକୁ ପରିବାର ଲୋକ ସମର୍ଥନ ଜଣାଇଥିଲେ । ସେପଟେ ବିବାହ ଭାଙ୍ଗି ଯିବା ପରେ ସମ୍ପୃକ୍ତ ଯୁବକ ଘଟଣାକୁ ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏହାସହ ସେ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଛନ୍ତି । ଯାହାକି ବିବାହ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking