29.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ଲଭ୍ ସେକ୍ସ ଧୋକା : ମହିଳା ଥାନାର ଦ୍ୱାରସ୍ଥ ହେଲେ ଯୁବତୀ

ପୁଣି ଲଭ୍ ସେକ୍ସ ଧୋକା : ମହିଳା ଥାନାର ଦ୍ୱାରସ୍ଥ ହେଲେ ଯୁବତୀ

ସମ୍ବଲପୁର : ସମ୍ବଲପୁରରେ ପୁଣି ଲଭ୍ ସେକ୍ସ ଧୋକା । ପ୍ରଥମେ ପ୍ରେମ କରିବା, ତା’ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା । ଯୁବତୀ ଯଦି ବିବାହ ପାଇଁ କହିବା ଆରମ୍ଭ କରେ ତେବେ ଛାଡ଼ିଦେଇ ଚାଲିଯିବା ଭଳି ଘଟଣା ଦେଖିବାକୁ ମିଳୁଛି । କିଛି ଅସାମାଜିକ ଯୁବକ ଏହାକୁ ଏବେ ଏକ ପ୍ରକାର ଟ୍ରେଣ୍ଡ୍ ବୋଲି ଭାବି ନେଲେଣି । ପୋଲିସର ଭୟ ରହୁ ନଥିବାରୁ ଲଭ୍ ସେକ୍ସ ଧୋକାର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ଏକ ଲଭ୍‌ସେକ୍ସ ଧୋକାର ଶିକାର ହୋଇଛନ୍ତି ସମ୍ବଲପୁର ଅଞ୍ଚଳର ଆଉଜଣେ ଯୁବତୀ । ସୂଚନା ଅନୁଯାୟୀ, ସଦର ଥାନା ଅଞ୍ଚଳର ଜଣେ ଯୁବକ ଯୁବତୀଙ୍କୁ ୫ ବର୍ଷ ତଳେ ପ୍ରେମ ନିବେଦନ କରିଥିଲେ । ଯୁବତୀ ଜଣକ ରାଜି ହେବାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବିବାହ ପ୍ରତିଶ୍ରୁତି ଦେଇ ଧୀରେ ଧୀରେ ଯୁବକ ଜଣକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଆରମ୍ଭ କଲେ । ବର୍ଷ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ଭିତରେ ଯେବେ ଯୁବତୀ ବିବାହ କଥା ଉଠାଉଥିଲେ କୌଣସି ଏକ କାରଣ ଦର୍ଶାଇ କଥାକୁ କାଟି ଦେଉଥିଲେ । ତେବେ ନିକଟରେ ଯୁବତୀ ଜଣକ ବିବାହ କରିବାକୁ ଅଡି ବସିବା ପରେ ଯୁବକ ଜଣକ ଆଉ ଧରାଛୁଆଁ ଦେଉ ନାହାନ୍ତି । ବିବାହ କରିବାକୁ ସିଧା ସିଧା ମନା କରିବା ପରେ ଆଉ ଯୁବତୀଙ୍କ କଲ୍ ବି ଉଠାଉ ନଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ତେବେ କୌଣସି ଉପାୟ ନପାଇ ଯୁବତୀ ଜଣକ ସମ୍ବଲପୁର ମହିଳା ଥାନାରେ ଉକ୍ତ ଯୁବକ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking