27.1 C
Bhubaneswar
Wednesday, May 25, 2022
Homeଓଡିଶାକାର,ବାଇକକୁ ଧକ୍କା ଦେଲା ଟ୍ରକ : ଚାଲିଗଲା ୫ ଜୀବନ

କାର,ବାଇକକୁ ଧକ୍କା ଦେଲା ଟ୍ରକ : ଚାଲିଗଲା ୫ ଜୀବନ

ପୁଣେ : ମହାରାଷ୍ଟ୍ରର ପୁଣେ-ଅହମ୍ମଦନଗର ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି । ଦୁର୍ଘଟଣାରେ ଟ୍ରକ ଏକ କାର ଓ ଦୁଇଟି ମୋଟରସାଇକେଲକୁ ଧକ୍କା ଦେବା ଫଳରେ ୫ ଜଣଙ୍କ ଜୀବନ ଚାଲି ଯାଇଛି । ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶିକାରପୁରର ଜଣେ ଥାନା ଅଧିକାରୀଙ୍କ କହିବାନୁଯାୟୀ, କାରରେ ଥିବା ଦୁଇ ଯାତ୍ରୀ ଓ ୨ଟି ମୋଟରସାଇକେଲରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ୪ ଜଣଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି । କାରରେ ପ୍ରାୟ ୬ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଟ୍ରକ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ପରେ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking