28.1 C
Bhubaneswar
Friday, April 26, 2024
Homeଅପରାଧଓଏଲଏକ୍ସରେ କିଣା ବିକା କରୁଛନ୍ତି କି ତେବେ ସାବଧାନ....

ଓଏଲଏକ୍ସରେ କିଣା ବିକା କରୁଛନ୍ତି କି ତେବେ ସାବଧାନ….

ଭୁବନେଶ୍ୱର: ଅନେକ ଲୋକ ନିଜର ପୁରୁଣା ଜିନିଷ ବିକ୍ରି କରିବାକୁ ହେଉ କି କିଛି ଜିନିଷ କିଣିବା ପାଇଁ ହେଲେ ବ୍ୟସ୍ତବହୁଳ ଜୀବନରେ ଲୋକେ ଓଏଲଏକ୍ସ ଆପ ବ୍ୟବହାର କରିଥାଆନ୍ତି । ବେଳେ ବେଳେ ଅନଲାଇନ କାରବାର ଦ୍ୱାରା ଅନେକ ସମୟରେ ଠକାମିର ଶିକାର ହେବାକୁ ପଡିଥାଏ । ତେବେ ଏଭଳି ଏକ ଘଟଣା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ବ୍ୟକ୍ତି ଓଏଲଏକ୍ସରେ ଗାଡ଼ି ବିକିବାକୁ ଯାଇ ଠକାମିର ଶିକାର ହୋଇଥିବା ଜଣାପଡିଛି । ବ୍ୟକ୍ତି ଜଣକ ହେଲେ ବିଜେବି ନଗରର ଶ୍ରୀକାନ୍ତ ମହାପାତ୍ର ।
ସୂଚନା ଅନୁସାରେ, ଶ୍ରୀକାନ୍ତ ତାଙ୍କର ଏକ ଗାଡ଼ିକୁ ବିକିବା ପାଇଁ ଓଏଲଏକ୍ସରେ ବିଜ୍ଞାପନ ଦେଇଥିଲେ । ବିଜ୍ଞାପନ ଦେଖି ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକ ଗାଡ଼ି କିଣିବା ପାଇଁ ଶ୍ରୀକାନ୍ତଙ୍କୁ ଫୋନ କରିଥିଲେ । ଉଭୟଙ୍କ ମଧ୍ୟରେ ୬୦ ହଜାର ଟଙ୍କାରେ ଗାଡ଼ି ବିକିବା ପାଇଁ ଦର ନିର୍ଦ୍ଧାରଣ ହୋଇଥିଲା । ଏହାପରେ ଶ୍ରୀକାନ୍ତଙ୍କ ଆକାଉଣ୍ଟକୁ ଠକ ଜଣକ ୫ଟଙ୍କା ପଠାଇ ନିଜର ଆକାଉଣ୍ଟର ସତ୍ୟତା ଦେଖାଇଥିଲେ । ପରେ ପାଲଟା ୧୦ ଟଙ୍କା ପଠାଇବା ପାଇଁ ଶ୍ରୀକାନ୍ତଙ୍କୁ କହିଥିଲେ । ଶ୍ରୀକାନ୍ତ ସେହି ବ୍ୟକ୍ତିକୁ ୧୦ ଟଙ୍କା ପଠାଇବା ପରେ ଆପେ ଆପେ ତାଙ୍କ ଆକାଉଣ୍ଟରୁ ୩୫ ହଜାର ଟଙ୍କା କଟି ଯାଇଥିଲା । ଏ ନେଇ ଆଜି ବ୍ୟକ୍ତି ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ କରୁଥିବା ସୂଚନା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking