33.1 C
Bhubaneswar
Tuesday, May 26, 2026
Homeଓଡିଶାନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧା ନିଖୋଜ

ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧା ନିଖୋଜ

ଯାଜପୁର: ଯାଜପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅଘଟଣର ଖବର। ନଦୀକୁ ଗାଧୋଇବାକୁ ଯାଇ ଜଣେ ବୃଦ୍ଧା ନିଖୋଜ ହୋଇଯାଇଥିବା ସୂଚନା ମିଳିଛିସୂଚନା ଅନୁସାରେ, ବରୀ ବ୍ଲକ ମହାକାଳପଡ଼ା ପଞ୍ଚାୟତ ଅଧିନସ୍ଥ ନିଳାପଦା ଗ୍ରାମର ତିଳୋତ୍ତମା ସିଂ (୭୬) ନାମକ ବୃଦ୍ଧା ବିରୂପା ନଦୀକୁ ଦିନ ୧୧ଟା ବେଳେ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବରୀ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରି ନାହିଁ। କିଛି ଦିନ ପୂର୍ବେ ଏହି ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ସର୍ବସମ୍ମୁଖରେ ବୁଡାଇ ମାରିଦେବା ଘଟଣା ପରେ ଲୋକମାନେ ଭୟଭୀତ ହୋଇ ନଦୀକୁ ଯାଉ ନ ଥିଲେ। କିନ୍ତୁ ଆଜି ବୃଦ୍ଧା ଜଣଙ୍କ ଏକୁଟିଆ ଯାଇ ନିଖୋଜ ହେବା ଘଟଣା ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking