33.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶଦେଶବ୍ୟାପୀ ବାଣ ବନ୍ଦ ହେଉ: ସୁପ୍ରିମକୋର୍ଟ

ଦେଶବ୍ୟାପୀ ବାଣ ବନ୍ଦ ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଗକୁ ଆସୁଛି ଦୀପାବଳି । ବାଣଜନିତ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି । କହିଛନ୍ତି ଦେଶବ୍ୟାପୀ ବାଣ ବନ୍ଦ କରାଯିବା ଜରୁରୀ । କେବଳ ଦିଲ୍ଲୀ ପାଇଁ ସ୍ୱତନ୍ତ୍ର ଆଇନ ହୋଇପାରିବନି । ବାଣ ବନ୍ଦ କରିବାର ଅଛି ତ ସାରା ଦେଶରେ ବନ୍ଦ ହେଉ । ଦିଲ୍ଲୀ ପ୍ରଦୂଷଣ ମାମଲା ଶୁଣାଣି ବେଳେ କୋର୍ଟ ଟିପ୍ପଣୀ ଦେଇଛନ୍ତି ।ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି ଦିଲ୍ଲୀ-ଏନସିଆର ଅଞ୍ଚଳରେ ବାଣ ବିକ୍ରୟ, ସଂରକ୍ଷଣ, ପରିବହନ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏପ୍ରିଲ 3 ତାରିଖରେ ଦେଇଥିବା ଆଦେଶ ବିରୋଧରେ ଏକ ଆବେଦନର ଶୁଣାଣି କରି ଏହା କହିଛନ୍ତି। ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧ ବିରୋଧରେ ଏକ ଆବେଦନ ଉପରେ CAQMକୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଉତ୍ତର ମାଗିଛନ୍ତି।  ମାମଲାର ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ବି.ଆର. ଗଭାଇ କହିଥିଲେ ଯେ ଶୀତ ୠତୁରେ ସେ ଅମୃତସର ଯାଇଥିଲେ ଏବଂ ସେଠାରେ ପ୍ରଦୂଷଣ ଦିଲ୍ଲୀ ଅପେକ୍ଷା ଖରାପ ଥିଲା। “ଯଦି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ, ତେବେ ଏହା ସାରା ଦେଶରେ ହେବା ଉଚିତ ବୋଲି ପ୍ରଧାନ ବିଚାରପତି କହିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking