33.3 C
Bhubaneswar
Tuesday, June 23, 2026
Homeଓଡିଶାଗୁଣିଗାରେଡି ସଂଦେହରେ ବୃଦ୍ଧକୁ ହତ୍ୟା

ଗୁଣିଗାରେଡି ସଂଦେହରେ ବୃଦ୍ଧକୁ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା  କାଲିମେଳା ବ୍ଲକରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସକୁ ଜାବୁଡି ଧରିଥିବା ଲୋକେ ପୁଣି ହତ୍ୟାକାଣ୍ଡ ଭିଆଇଛନ୍ତି। ଗୁଣିଗାରେଡି ସଂଦେହ କରି ଜଣେ ବୃଦ୍ଧକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଉସ୍କାପାଲୀ ଗ୍ରାମରେ ଏଭଳି ବର୍ବର କାଣ୍ଡ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଉସ୍କାପାଲୀ ଗ୍ରାମର ମୁକ୍କା ପଡିଆମି(୫୨)।ଘଟଣା ଅନୁଯାୟୀ ଗତ କିଛି ଦିନ ହେଲା ଉସ୍କାପାଲୀ ଗ୍ରାମରେ ଜଣକ ପରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିଲା। ଗ୍ରାମରେ କୋୟା ଆଦିବାସୀ ସଂପ୍ରଦାୟର ଲୋକେ ବାସ କରନ୍ତି। ଗାଁର ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ବାସ ଭରି ରହିଛି। ଆଜି ବି ଏହି ଗାଁର ଲୋକେ ଗୁଣିଗାରେଡି ଉପରେ ବିଶ୍ବାସ କରନ୍ତି। ଗାଁରେ ମୃତ୍ୟୁ ହେଉଥିବାରୁ ଲୋକେ ଏହା ମୁକ୍କା ପଡିଆମିର କାମ ବୋଲି ସଂଦେହ କରି ତାକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଛି। ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ମୁକ୍କାଙ୍କ ଦୁଇ ଭାଇକୁ ପୂର୍ବରୁ କେହି ଦୁର୍ବୃତ୍ତ ଗୁଣିଗାରେଡି ସଂଦେହ କରି ହତ୍ୟା କରିସାରିଛନ୍ତି। ଘରର ମୁକ୍କା ହେଉଛନ୍ତି ତୃତୀୟ ବ୍ୟକ୍ତି। ଯିଏ କି ଲୋକଙ୍କର ଅନ୍ଧବିଶ୍ବାସ ଯୋଗୁଁ ଆଜି ମୃତ୍ୟୁବରଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking