30.1 C
Bhubaneswar
Saturday, June 14, 2025
Homeଦେଶ ବିଦେଶତୈଳ ଦର ହ୍ରାସ ପ୍ରସଙ୍ଗ : ୧ ଲକ୍ଷ କୋଟି ଋଣ କରିବେ ଭାରତ ସରକାର

ତୈଳ ଦର ହ୍ରାସ ପ୍ରସଙ୍ଗ : ୧ ଲକ୍ଷ କୋଟି ଋଣ କରିବେ ଭାରତ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳ ଦର ହ୍ରାସ କରାଯାଇଛି । ଶନିବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ) ହ୍ରାସ କରିବା ସହିତ ପେଟ୍ରୋଲ ୯ଟଙ୍କା ୫୦ ପଇସା, ଡିଜେଲ୍ ୭ ଟଙ୍କା ଏବଂ କିରୋସିନି ଉପରେ ୮ ଟଙ୍କାର ମୂଲ୍ୟ ହ୍ରାସ କରାଯାଇଥିଲା । ଏହା ସହିତ ଉଜ୍ଜ୍ୱଳା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରାଯାଇଥିଲା । ଏହି ମୂଲ୍ୟ ହ୍ରାସ ପରେ କେନ୍ଦ୍ର ସରକାରଙ୍କ ଉପରେ ଅର୍ଥନୈତିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାପର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ଲକ୍ଷ କୋଟିର ଋଣ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଭାରତ ସରକାର ଆଗାମୀ ଦିନରେ ୧୨.୯ ବିଲିୟନ୍ ଡଲାର (୧ ଟ୍ରିଲିୟନ୍‌) ବା ୧ ଲକ୍ଷ କୋଟି ଟଙ୍କାର ଋଣ କରାଯିବ । ଖାଦ୍ୟ ଏବଂ ସାର ସବ୍‌ସିଡିରେ ଅଧିକ ବ୍ୟୟ କାରଣରୁ ଜିଏସ୍‌ଟି ଏବଂ ଆୟକର ଟିକସ ହାର କମ୍ ହୋଇଛି ।

ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ଲୋକ ଏବଂ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି କାରଣରୁ ପରୋକ୍ଷ ଭାବରେ ପ୍ରଭାବିତ ହୋଇଛି ଭାରତୀୟ ଅର୍ଥନୀତି । ଏହା ସହିତ ଉତ୍ପାଦ ଶୁଳ୍କ ଛାଡ କାରଣରୁ ସରକାରଙ୍କ ଋଣ ଭାର ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ନିବେଶକ ମାନେ ଭାରତ ସରକାରଙ୍କ ନିକଟରୁ ବିପୁଳ ପରିମାଣର ଋଣ ପାଇଁ ଆବେଦନ କରିଛନ୍ତି । ସରକାରଙ୍କୁ ଏହି ଋଣ ଗୁଡିକ ଭାରତୀୟ ମୁଦ୍ରା ଅଥବା ସୋଭେରିନ୍ ବଣ୍ଡ ଜରିଆରେ ପ୍ରଦାନ କରାଯାଇଥାଏ ।

ଭାରତ ସରକାରଙ୍କ ନିକଟରେ ଅର୍ଥନୈତିକ ଲକ୍ଷ୍ୟ ପୂରଣ କରିବାର ବାଧା ରହିଥିବା ବେଳେ ଏହା ଅତିରିକ୍ତ ଚାପ ସୃଷ୍ଟି କରିଛି । ଆର୍‌ବିଆଇ ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରାଯିବା ମଧ୍ୟ ସରକାରଙ୍କ ପାଇଁ ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ନୂତନ ଡେବ୍‌ଟ ଇସ୍ୟୁଆନ୍ସ(ଋଣ ପ୍ରଦାନ) କାରଣରୁ ମାର୍ଚ୍ଚ ୨୦୨୩ ସୁଦ୍ଧା ଭାରତୀୟ ବଜେଟ୍‌ର ପରିମାଣ ବୃଦ୍ଧି ପାଇ ୧୪.୩ ଟ୍ରିଲିୟନ୍‌ରେ ପହଞ୍ଚିବ । ବାରକ୍ଲେ ପିଏଲ୍‌ସି ପକ୍ଷରୁ ମଧ୍ୟ ବଜେଟ୍‌ର ତାରତମ୍ୟକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ବାରକ୍ଲେ ପିଏଲ୍‌ସିର ମୁଖ୍ୟ ଅର୍ଥନୀତିଜ୍ଞ ରାହୁଲ ବଜୋରିଆଙ୍କ ଅନୁସାରେ ଭାରତୀୟ ବଜେଟ ଏବଂ ଅର୍ଥନୈତିକ ସଂଶୋଧନ ପରବର୍ତ୍ତୀ ବଜେଟ୍ ମଧ୍ୟରେ ୬.୯%ର ଅନ୍ତର ରହିବ । ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୬.୪%ର ବଜେଟ୍ ଡେଫିସିଟ୍ ଆକଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking