26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିଚିତ୍ର ଢଙ୍ଗରେ ମାଆ, ୨ ଝିଅଙ୍କ ଆତ୍ମହତ୍ୟା

ବିଚିତ୍ର ଢଙ୍ଗରେ ମାଆ, ୨ ଝିଅଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଜଣେ ୫୦ ବର୍ଷୀୟା ମହିଳା ନିଜର ଦୁଇ କନ୍ୟାଙ୍କ ସହ ବିଷାକ୍ତ ଗ୍ୟାସ ଆହରଣ କରି ଆତ୍ମହତ୍ୟା କରିଛନ୍ତି । ତେବେ ମୃତକମାନେ ସୁଚିନ୍ତିତ ଉପାୟରେ ଆତ୍ମହତ୍ୟା କରିଛନ୍ତି । ସେମାନେ ପ୍ରଥମେ ଅନ୍‌ଲାଇନରେ ମଗାଇଥିବା ଫଏଲ ଭଳି ସାମଗ୍ରୀରେ ଘରର ସବୁ କବାଟ, ଝରକାକୁ ଆଚ୍ଛାଦିତ କରିଥିଲେ । ଏହାପରେ ଗ୍ୟାସ ସିଲିଣ୍ଡର ଠିପିକୁ ଖୋଲିଦେଇଥିଲେ । ପ୍ରକୋଷ୍ଠରେ କୋଇଲା ଆଞ୍ଚ ଜଳୁଥିବାରୁ ଘର ସାରା ବିଷାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଖେଳାଇ ହୋଇଯାଇଥିଲା ।

ଫଳରେ ଏହି ଗ୍ୟାସ ପ୍ରଭାବରେ ୩ ଜଣଙ୍କର ଶ୍ୱାସରୁଦ୍ଧ ଅବସ୍ଥାରେ ପ୍ରାଣହାନି ଘଟିଥିଲା । ମୃତକମାନେ ସୁଇସାଇଡ୍ ନୋଟ୍‌ରେ ସବୁ କିଛି ଉଲ୍ଲେଖ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି । ହଠାତ୍ ଘର ଭିତରକୁ ପ୍ରବେଶ କରି ଦିଆସିଲି କିମ୍ବା ମହମବତୀ ନ ଜଳାଇବାକୁ ଏବଂ ପ୍ରବେଶ ପୂର୍ବରୁ ସବୁ ଝରକା, କବାଟ ଖୋଲିଦେବାକୁ ସୁଇସାଇଡ ନୋଟ୍‌ରେ ପୁଲିସକୁ ଅନୁରୋଧ କରାଯାଇଛି । ମୃତ ମହିଳାଙ୍କ ସ୍ୱାମୀ ଗତବର୍ଷ କୋଭିଡ୍‌ରେ ପ୍ରାଣ ହରାଇବାପରେ ସମଗ୍ର ପରିବାର ଆର୍ôଥକ ଦୂରବସ୍ଥା ଦେଇ ଗତି କରୁଥିଲେ । ଫଳରେ ମୃତକମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking