ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର । ଏନକାଉଣ୍ଟରରେ ୪ ନକ୍ସଲ ନିପାତ ହୋଇଛି । ବାଲାଘାଟରେ କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ ୩ ମହିଳା ନକ୍ସଲଙ୍କ ସମେତ ୪ ଜଣ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ରେନେଡ , ରକେଟ ଲଞ୍ଚର ସହ ରାଇଫଲ ଜବତ କରାଯାଇଛି । ଘଟଣାସ୍ଥଳରୁ ଆଉ କିଛି ନକ୍ସଲ ଚମ୍ପଟ ମାରିଥିବା ସୂଚନା ମିଳୁଛି । ସୁରକ୍ଷା କର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି ।