28.1 C
Bhubaneswar
Tuesday, June 30, 2026
Homeଓଡିଶାଓଡ଼ିଶାର ଗଞ୍ଜେଇ ଲିଙ୍କ୍ କାଶ୍ମୀର ଯାଏଁ ଲମ୍ବିଛି

ଓଡ଼ିଶାର ଗଞ୍ଜେଇ ଲିଙ୍କ୍ କାଶ୍ମୀର ଯାଏଁ ଲମ୍ବିଛି

ଭୁବନେଶ୍ବର: କାଶ୍ମୀରରୁ ଆସୁଥିଲା ସେଓ, ଓଡ଼ିଶାରୁ ନିଆଯାଉଥିଲା ଗଞ୍ଜେଇ। ଓଡ଼ିଶାର ଗଞ୍ଜେଇ ଲିଙ୍କ୍ ଲମ୍ବିଛି କାଶ୍ମୀର ଯାଏଁ। ଏଭଳି ଏକ ଗ୍ୟାଙ୍ଗକୁ ଜମ୍ମୁରୁ ଗିରଫ କରି ଭୁବନେଶ୍ବର ଆଣିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ-NCB। ଦୁଇ ଜଣ ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ ବିକ୍ରମ ସିଂହ ଓ ତାଙ୍କ ସହଯୋଗୀଙ୍କୁ ବାନ୍ଧି ଭୁବନେଶ୍ବରକୁ ଅଣାଯାଇଛି। ଗଞ୍ଜେଇ ଚାଲାଣ ପାଇଁ ଏମାନେ ରଚିଥିଲେ ଏକ ବଡ଼ ପ୍ଲାନ୍। କନ୍ଧମାଳରୁ ଗଞ୍ଜେଇ ଆଣୁଥିଲେ, ଏହାକୁ ସେଓ ଗାଡ଼ିରେ ଲୁଚାଇ ନେଇ କାଶ୍ମୀର ଓ ପରେ ପାକିସ୍ତାନରେ ବିକୁଥିଲେ। ପାକିସ୍ତାନରେ ଭାରତୀୟ ଗଞ୍ଜେଇର ବେଶ୍ ଚାହିଦା ରହିଛି। ତେଣୁ ଓଡ଼ିଶାର ଗଞ୍ଜେଇକୁ ଦୀର୍ଘ ଦିନ ଧରି ଏମାନେ ଏଭଳି ଚାଲାଣ କରୁଥିଲେ। ଏହାପଛରେ ଆଉ କିଏ ସଂପୃକ୍ତ ସେ ସବୁର ତଥ୍ୟ ଖୋଜା ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking