41.1 C
Bhubaneswar
Sunday, April 28, 2024
Homeଓଡିଶାଅନ୍ୟ ରାଜ୍ୟକୁ ଓଡ଼ିଶା ପଢ଼ାଇବ ବିପର୍ଯ୍ୟୟ ପାଠ

ଅନ୍ୟ ରାଜ୍ୟକୁ ଓଡ଼ିଶା ପଢ଼ାଇବ ବିପର୍ଯ୍ୟୟ ପାଠ

ଭୁବନେଶ୍ୱର: ବାରମ୍ବାର ବାତ୍ୟା ଭଳି ବିପର୍ଯ୍ୟୟର ସାମ୍ନା କରୁଥିବା ଓଡ଼ିଶାରେ ଆଉ ୧୯୯୯ ମସିହା ଭଳି ସ୍ଥିତି ନାହିଁ । ରାଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ସେହି ମହାବାତ୍ୟା ପରଠାରୁ ଓଡ଼ିଶା ଉଠିଛି । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଏବଂ ନିଆରା ବାତ୍ୟା ମୁକାବିଲା ଆଗରେ ହାର ମାନିଛି ବହୁତ ବଡ଼ ବଡ଼ ସାମୁଦ୍ରୀକ ବାତ୍ୟା । ଏଥିପାଇଁ ଓଡ଼ିଶାକୁ ସମଗ୍ର ବିଶ୍ୱରୁ ଏପରିକି ଜାତିସଂଘରୁ ମଧ୍ୟ ସ୍ୱୀକୃତି ମିଳିଛି । ଏବେ ଓଡ଼ିଶା ଏହି ବିପର୍ଯ୍ୟୟ ମୁକାବିଲା ଜ୍ଞାନ ଦେଶର ଅନ୍ୟ ରାଜ୍ୟ ସହ ବାଣ୍ଟିବାକୁ ଯାଉଛି । ବୁଧବାର ଗୋପବନ୍ଧୁ ଏକାଡେମୀ ଠାରେ ଏ ସମ୍ପର୍କିତ ଏକ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଓଡ଼ିଶା ଠାରୁ ବିପର୍ଯ୍ୟୟ ପାଠ ପଢ଼ିବେ ୯ଟି ରାଜ୍ୟ ଏବଂ ୪ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀ । ଗୋପବନ୍ଧୁ ଏକାଡେମୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଦ୍‌ଘାଟନ କରିବେ ।

ମସୁରୀ ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ଓଡ଼ିଶାରେ ଏହି କର୍ମଶାଳାର ଆୟୋଜିତ କରାଯାଉଛି । ଏଥିରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ , କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୁଜରାଟ ଭଳି ରାଜ୍ୟ ଏବଂ ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ ଆଦି କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଯୋଗଦେବେ । ବାହାର ରାଜ୍ୟରୁ ୨୨ ଜଣ ଆଇଏଏସ ଅଧିକାରୀ ଏହି କର୍ମଶାଳାରେ ଭାଗ ନେଉଛନ୍ତି । ପଡ଼ୋଶୀ ରାଜ୍ୟର ଅଧିକାରୀଙ୍କୁ ପାଣିରେ ବୁଡ଼ି ଉଦ୍ଧାର କରିବା, ଯାନ୍ତ୍ରିକ ଡଙ୍ଗାର ବିଭିନ୍ନ କୌଶଳ ସହିତ ଗଛ କଟା, ରାସ୍ତା ସଫା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବାସ୍ତବିକ ଶିକ୍ଷା ପ୍ରଦାନ କରାଯିବାକୁ ଓଡ଼ିଶା ସରକାର ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ଏଥିସହ ଅଧିକାରୀମାନଙ୍କୁ କେବଳ ଥିୟୋରି ପାଠ ନୁହେଁ, ବରଂ ପ୍ରାକ୍ଟିକାଲ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ । ସମସ୍ତେ କୋଣାର୍କର ରାମଚଣ୍ଡୀଠାରେ ବିପର୍ଯ୍ୟୟ ମୁକାବିଲାର ପ୍ରତିଟି କୌଶଳକୁ ନିଜେ ଅଭ୍ୟାସ କରିବେ । ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀ ଜ୍ଞାନ ଆହରଣ କରିବା ପରେ ସେଠାକାର ସରକାରଙ୍କୁ ପ୍ରସ୍ତାବ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking