30.1 C
Bhubaneswar
Saturday, May 4, 2024
Homeଓଡିଶାଓଜେଇଇରେ ସାମିଲ ହେଲା ୩ ନୂଆ ପାଠ୍ୟକ୍ରମ

ଓଜେଇଇରେ ସାମିଲ ହେଲା ୩ ନୂଆ ପାଠ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟରେ ଓଜେଇଇରେ ପ୍ରଥମ ଥର ଲାଗି ନୂତନ ପାଠ୍ୟକ୍ରମ ଭାବେ ୩ଟି କୋର୍ସକୁ ସାମିଲ କରାଯାଇଛି । କଟକ ସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଓଡ଼ିଶା(ବିପିଏଫ୍‌ଟିଆଇଓ)ରେ ୪ବର୍ଷିଆ ପାଠ୍ୟକ୍ରମ ସିନେମାଟୋଗ୍ରାଫି, ସାଉଣ୍ଡ ରେକଡିଂ ଆଣ୍ଡ ସାଉଣ୍ଡ ଡିଜାଇନ୍ ଏବଂ ଫିଲ୍ମ ଏଡିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ର‌୍ୟାଙ୍କ ପ୍ରଦାନ କରାଯିବ । ଶ୍ରେଷ୍ଟ ର‌୍ୟାଙ୍କ ଧାରୀମାନେ ଏହି ପାଠ୍ୟକ୍ରମରେ ନାମଲେଖାଇବାର ସୁଯୋଗ ପାଇପାରିବେ ବୋଲି ଜଣାପଡ଼ିଛି । ତେବେ ଏନେଇ ଆସନ୍ତା ୩୦ତାରିଖ ଦିନ ୨ଟି ସିଫ୍ଟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟରେ ସିନେମାଟୋଗ୍ରାଫି, ସାଉଣ୍ଡ ରେକଡିଂ ଆଣ୍ଡ ସାଉଣ୍ଡ ଡିଜାଇନ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା କରାଯିବ । ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ହେବ । ସେହିପରି ୨ୟ ସିଫ୍ଟ ପରୀକ୍ଷା (ଫିଲ୍ମ ଏଡିଟିଂ) ଅପରାହ୍ଣ ୨ଟା୩୦ରୁ ୩ଟା୩୦ ପର୍ଯ୍ୟନ୍ତ ହେବ । ସିବିଟି ମୋଡରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ଲାଗି ରାଜ୍ୟରେ ୩ଟି ପରୀକ୍ଷାକେନ୍ଦ୍ର ଯଥା ବାଲେଶ୍ୱର, ଭୁବନେଶ୍ୱର ଏବଂ କଟକରେ ବ୍ୟବସ୍ଥା କରାଯାଇଛି । ଏହି ପ୍ରବେଶିକା ପରୀକ୍ଷା ଲାଗି ୨୭ରୁ ଆଡମିଟ୍‌କାର୍ଡ ଓଜେଇଇ ୱେବସାଇଟରେ ଉପଲବ୍ଧ ହେଉଛି ବୋଲି ଓଜେଇଇ ପକ୍ଷରୁ ସୂଚନ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking