39.1 C
Bhubaneswar
Tuesday, April 23, 2024
Homeକରୋନାସ୍କୁଲରେ ପଶିଲା କରୋନା, ଏକାସାଙ୍ଗରେ ୬୦ ପଜିଟିଭ୍

ସ୍କୁଲରେ ପଶିଲା କରୋନା, ଏକାସାଙ୍ଗରେ ୬୦ ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି, ଫଳରେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ବେଙ୍ଗାଲୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରର ଚୈତନ୍ୟ ବୋଡିଂ ସ୍କୁଲରେ ଏକାସାଙ୍ଗରେ ୬୦ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ୪୮୦ ଛାତ୍ରଛାତ୍ରୀଙ୍କ ନମୁନା ଟେଷ୍ଟ କରାଯାଇଥିଲା ।

୬୦ ପଜିଟିଭଙ୍କ ମଧ୍ୟରେ କେବଳ ୨ ଜଣଙ୍କ ମଧ୍ୟରେ କରୋନାର ଲକ୍ଷଣ ଦେଖିବାକୁ ମିଳିଛି, କିନ୍ତୁ ଅନ୍ୟମାନଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ଏହା ସହିତ ସ୍କୁଲରେ କାମ କରୁଥିବା ଷ୍ଟାଫଙ୍କର ବି ନମୁନା ଟେଷ୍ଟ ପାଇଁ ନିଆଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ପଜିଟିଭ ହୋଇନଥିବା ରିପୋର୍ଟ ଆସିଛି । ସେଠାରେ କାମ କରୁଥିବା ମୋଟ ଷ୍ଟାଫରେ ୨୨ ଶିକ୍ଷକ ଓ ୩୫ ଅନ୍ୟ କର୍ମଚାରୀ ଟିକା ନେଇଛନ୍ତି । ଏହା ବ୍ୟତୀତ ସେଠାରେ ପଢ଼ୁଥିବା ପିଲାଙ୍କ ପିତା-ମାତା ମାନେ ମଧ୍ୟ ଟିକା ନେଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking