33.1 C
Bhubaneswar
Monday, February 17, 2025
Homeଓଡିଶାବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କଟକ: ରାଜ୍ୟରେ ଏବେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇଥିଲେ ବି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଥିରେ ଅନେକ ରାଜନେତା ଓ ସେଲିବ୍ରିଟମାନଙ୍କ ଜୀବନ ଚାଲିଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକେ ଏବେ ବି ଚିକିତ୍ସିତ ହେଉଛନ୍ତି । ଏହାରି ମଧ୍ୟରେ ଓଲିଉଡ ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର । କରୋନାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା । ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ହୋଇଛି। କଟକ ଏସ୍‌ସିବି ସ୍ଥିତ କୋଭିଡ୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା।

ତାଙ୍କ ଦେହାନ୍ତ ନେଇ ଶାନ୍ତିରାଜଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଦିନ ହେବ ଶାନ୍ତିରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ । ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାର କାରଣରୁ ତାଙ୍କୁ ମେଡିକାଲ ନିଆଯାଉଥିଲା, କିନ୍ତୁ ଅଧାବାଟରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା । ତେବେ ବହୁ ଆଲବମ ଓ ଓଲିଉଡରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସଲା । ଧନରେ ରଖିବୁ ଶପଥ ମୋର. ବାଇଶି ପାହାଚେ ଖେଳିବ ମୀନ, ତୋର ମୋର ଯୋଡି ସୁନ୍ଦର. ଫେରିଆ ପରି ୨୦ରୁ ଅଧିକ ସିନେମା ଆଉ ୨ ହଜାର ରୁ ଅଧିକ ଆଲବମ ଗୀତରେ ସେ ସଂଗୀତ ନିର୍ଦେଶନା ଦେଇଥିଲେ । ତାଙ୍କ ମୃତ୍ୟୁ ଓଲିଉଡ ସଙ୍ଗୀତ ଜଗତ ପାଇଁ ଅପୂରଣୀତ କ୍ଷତି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking