33.1 C
Bhubaneswar
Tuesday, April 22, 2025
Homeଓଡିଶାବିରୋଧୀ ଦଳର ନେତାଙ୍କ ବିରୁଦ୍ଧରେ ପୋଲିସର ମକଦ୍ଦମା ରୁଜୁ ରାଜନୈଟିକ ଅସହିଷ୍ଣୁତାର ନିଦର୍ଶନ : କଂଗ୍ରେସ

ବିରୋଧୀ ଦଳର ନେତାଙ୍କ ବିରୁଦ୍ଧରେ ପୋଲିସର ମକଦ୍ଦମା ରୁଜୁ ରାଜନୈଟିକ ଅସହିଷ୍ଣୁତାର ନିଦର୍ଶନ : କଂଗ୍ରେସ

ଭୁବନେଶ୍ଵର: ଗତ ଫେବୃୟାରୀ ୬ ତାରିଖରେ ଝାରସୁଗୁଡ଼ା ପୋଲିସ ସଂସଦ ର ବିରୋଧୀ ଦଳର ନେତା ତଥା କଂଗ୍ରେସ ନେତା ଶ୍ରୀ ରାହୁଳ ଗାନ୍ଧୀ ଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୧୫୨ ଓ ଧାରା ୧୯୭ (I) (d) ରେ ମାମଲା ରୁକ୍‌କୁ କରିବା ଘଟଣାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହିତ ଏହା ଉପରେ ଓଡ଼ିଶା ପୋଲିସ ମହର୍ନିର୍ଦ୍ଦେଶକଙ୍କ ପାଖରେ ପୋଲିସ ର ଏହି କାର୍ଯ୍ୟ ବିରୋଧରେ କୈଫତ ତଲବ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି। ରାହୁଳ ଗାନ୍ଧୀ ଙ୍କ ନାମରେ ଯେଉଁ ଦଫା ଲଗାଇ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି ତାହା ଅଗଣତାନ୍ତ୍ରିକ, ହୀନ ଚକ୍ରାନ୍ତ ଓ ଅସହିଷ ରାଜନୀତି ର ପରିଚାୟକ । ଶାସକ ବିଜେପି ଓ ଆର ଏସ ଏସ ବିରୋଧରେ ରାହୁଳ ଗାନ୍ଧୀଙ୍କ ବକ୍ତବ୍ୟ ସମ୍ବିଧାନ ବା ଆଇନ ବିରୋଧୀ ନୁହଁ । ଗଣତନ୍ତ୍ର ରେ ଗୋଟିଏ ଦଳ ବା ସରକାର ପ୍ରତି ବିରୋଧାଭାସ ଆଇନ ଉଲଂଘନ ନୁହେଁ । ପୁନଶ୍ଚ ସମ୍ବିଧାନ ସ୍ଵାଧୀନ ମତ ବ୍ୟକ୍ତ କରିବାର କ୍ଷମତା ପ୍ରତିଟି ନାଗରିକଙ୍କୁ ଦେଇଛି ।

ମାତ୍ର ବିରୋଧୀ ଦଳ ପ୍ରତି ଆସହିଷ୍ଣୁ ହୋଇ ରାହୁଳ ଗାନ୍ଧୀ ଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର କରିବେ ହୀନ ରାଜନୀତି ଓ କାପୁରୁଷତା ବୋଲି ପ୍ରଦେଶ କଂଗ୍ରେସ କହିଛି । ରାହୁଳ ଗାନ୍ଧୀ କେବଳ କଂଗ୍ରେସ ଦଳର ନେତା ନୁହନ୍ତି । ସେ ମଧ୍ୟ ବିରୋଧୀ ଦଳର ନେତା, ଯାହାକି ଏକ ସାମ୍ବିଧାନିକ ପଦ । ବିରୋଧୀ ଦଳର ନେତା ହିସାବରେ ତାଙ୍କ ବିରୋଧରେ ମାମଲା ଦାୟର କରିବା ପୂର୍ବରୁ ପୋଲିସ ସଂପୃକ୍ତ ଉଚ୍ଚ ଅଧିକାରୀ ବା ବିଧି ବିଧାନ କୁ ଅନୁସରଣ କରିବା ଉଚିତ । ମାତ୍ର ତାହା ନକରି ଝାରସୁଗୁଡ଼ା ପୋଲିସ ତାଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରିବା ଦୁର୍ଭାଗ୍ୟ ଜନକ । ପୋଲିସ ମହର୍ନିର୍ଦ୍ଦେଶକ ଏହାର କୈଫତ ଦବା ଦରକାର । ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଏହି ପ୍ରଙ୍ଗରେ ଭେଟି ଦଳ ପକ୍ଷରୁ ଅଭିଯୋଗ କରିବାର ନିଷ୍ପତି ହୋଇଛି ଏବଂ ଏଥୁ ପାଇଁ ତାଙ୍କର ସମୟ ମଗା ଯାଇଛି ବୋଲି ଦଳର ବରିଷ୍ଠ ନେତା ଶ୍ରୀ ଶିବାନନ୍ଦ ରାୟ ଓ ସୁଦର୍ଶନ ଦାସ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking