29.1 C
Bhubaneswar
Saturday, April 20, 2024
Homeଓଡିଶାମହାନ ନଭେମ୍ବର ବିପ୍ଳବ ବାର୍ଷିକ ପାଳିତ

ମହାନ ନଭେମ୍ବର ବିପ୍ଳବ ବାର୍ଷିକ ପାଳିତ

ଯାଜପୁର: ବିଶ୍ୱ ସର୍ବହରା ଶ୍ରେଣୀ ର ମହାନ ନେତା କମ୍ରେଡ ଲେନିନ ଙ୍କ ନେତୃତ୍ୱରେ ପ୍ରଥମ କରି ସାରା ବିଶ୍ୱରେ ଶ୍ରମିକ ଶ୍ରେଣୀ 1917 ନଭେମ୍ବର 7 ତାରିଖରେ କ୍ଷମତା ଦଖଲ କରିଥିଲା । ଯେଉଁ ବ୍ୟବସ୍ଥାରେ ମଣିଷ ସମସ୍ତ ରକମ ଶୋଷଣ ଶାସନ ରୁ ମୁକ୍ତି ପାଇଥିଲା । ଏହି ଦିବସ କୁ ସାରା ବିଶ୍ୱରେ ଶ୍ରମିକ ଶ୍ରେଣୀ ଅତ୍ୟନ୍ତ ମର୍ଯ୍ୟାଦା ର ସହ ପାଳନ କରୁଛି । ଭାରତ ବର୍ଷ ରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ ) ପକ୍ଷରୁ ଦେଶର କୋଣ ଅନୁକୋଣରେ ଏହି ଦିବସ କୁ ଅତ୍ୟନ୍ତ ମର୍ଯ୍ୟାଦା ର ସହ ପାଳନ କରା ଯାଉଛି । ଏହି ପରିପ୍ରେକ୍ଷୀରେ ଯାଜପୁର ରୋଡ କାର୍ଯ୍ୟାଳୟ ଠାରେ ଏକ ସଭା ଏସ ୟୁ ସି ଆଇ (କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟି ସଭ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି । ସଭା ପ୍ରାରମ୍ଭରେ ଯାଜପୁର ରୋଡ ପାର୍ଟି ଇନଚାର୍ଜ କମ୍ରେଡ ସୁଧାଂଶୁ ଦାସ ପାର୍ଟି ର ରକ୍ତ ପତାକା ଉତ୍ତୋଳନ କରିଥିଲେ । ସର୍ବହରାର ମହାନ ନେତା କମ୍ରେଡ ଲେନିନ ଓ କମ୍ରେଡ ଷ୍ଟାଲିନ ଙ୍କ ଫଟୋଚିତ୍ର ରେ ମାଲ୍ୟ ଦାନ କଲା ପରେ ମହାନ ନଭେମ୍ବର ବିପ୍ଳବ ଜରିଆରେ ଶ୍ରମିକ ଶ୍ରେଣୀର ଐତିହାସିକ ବିଜୟ ସମ୍ପର୍କ ରେ ଆଲୋଚନା କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କମିଟି ସଭ୍ୟ କମ୍ରେଡ ସୁରେଶ ପ୍ରଧାନ, କମ୍ରେଡ କେଦାରନାଥ ସାହୁ, ଜିଲ୍ଲା କମିଟି ସଭ୍ୟ ନିରୁପମା ବେହେରା,ମିନତୀ ବାରିକ, ସନ୍ତୋଷ ସାହୁ, କାର୍ତିକ ହାଲଦାର, ବାବୁ ମଲ୍ଲିକ ଆଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking