33.1 C
Bhubaneswar
Wednesday, April 24, 2024
Homeଓଡିଶାଡିସେମ୍ବର ୫ରେ ମହାନଦୀ ଜଳ ବିବାଦ ଶୁଣାଣି

ଡିସେମ୍ବର ୫ରେ ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ଆଜିର ଶୁଣାଣି ବେଳେ ୨ଟି ଦାବି ରଖିଛି ଓଡିଶା । ଅଣମୌସୁମୀରେ ହୀରାକୁଦକୁ ନିର୍ଦ୍ଦିଷ୍ଟ ପରିମାଣ ଜଳ ଛାଡିବା ନିଷ୍ପତ୍ତି ହୋଇପାରୁନି । ସମାଧାନ ବାହାର କରିବା ପାଇଁ ବୈଠକରୁ କୌଣସି ସୁଫଳ ମିଳିପାରୁନି । ଡିସେମ୍ବରରେ କୌଣସି ଏକ ତାରିଖରେ ଟ୍ରିବ୍ୟୁନାଲ ରାୟ ଦେବାକୁ ଓଡିଶା ଦାବି କରିଛି । ପକ୍ଷଭୁକ୍ତ ରାଜ୍ୟମାନଙ୍କ ଦସ୍ତାବିଜ ବା ନଥିପତ୍ର ଆଦାନପ୍ରଦାନ ପ୍ରସଙ୍ଗ ବି ଉଠିଛି । ଆସେସରମାନଙ୍କ ଦ୍ୱାରା କମନ ଇନଫର୍ମେସନ ଫର୍ମାଟ ଚୂଡାନ୍ତ ହୋଇଛି । କମନ ଇନଫର୍ମେସନରେ ଛତିଶଗଡ ବ୍ୟାରେଜ ତଥ୍ୟ ଦାବି କରିଛି ଓଡିଶା । ଛତିଶଗଡ କେତେ ବ୍ୟାରେଜ କରିଛି, ଏହାର କ୍ଷମତା, ଉତ୍ତତା ତଥ୍ୟ ଦାବି କରାଯାଇଛି । ଛତିଶଗଡ ତଥ୍ୟ ନଦେଲେ ଓଡିଶାକୁ ଟ୍ରିବ୍ୟୁନାଲରେ ଆବେଦନ ଅନୁମତି । ମୂଳ ଆବେଦନର ଶୁଣାଣି ସମୟ ନିର୍ଦ୍ଧାରଣ ପାଇଁ ୨ ପକ୍ଷଙ୍କୁ ଟ୍ରିବ୍ୟୁନାଲଙ୍କ ପରାମର୍ଶ । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୫ରେ କରିବାକୁ ଦିନ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking