ନୂଆଦିଲ୍ଲୀ: ନୂତନ ଭାବରେ ଟ୍ୱିଟର୍କୁ କିଣିବାକୁ ଯାଉଥିବା ଏଲନ୍ ମସ୍କ କହିଛନ୍ତି କମ୍ପାନୀର ଲିଗାଲ ଟିମ୍ ପକ୍ଷରୁ ନୋଟିସ୍ ପ୍ରଦାନ କରାଯାଇଛି । ଶନିବାର ଏ ସମ୍ପର୍କରେ ଟ୍ୱିଟ୍ କରିଛନ୍ତି ମସ୍କ । କମ୍ପାନୀ ଏବଂ ମସ୍କଙ୍କ ମଧ୍ୟରେ ହୋଇଥିବା ବୁଝାମଣାକୁ ମସ୍କ ସର୍ବସାଧାରଣରେ ପ୍ରକାଶ କରିବାକୁ ନେଇ ଏହି ନୋଟିସ୍ ପ୍ରଦାନ କରାଯାଇଛି । ଟ୍ୱିଟରର ଲିଗ।।ଲ୍ ସେଲ୍ ପକ୍ଷରୁ ମସ୍କଙ୍କୁ ଏହି ନୋଟିସ୍ ପ୍ରଦାନ କରାଯାଇଛି ।
ବଟ୍ ଚେକ୍ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଥିବା ନେଇ କମ୍ପାନୀ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି । ଟ୍ୱିଟ୍ଟରରେ ରହିଥିବା ଫେକ୍ ଆକାଉଣ୍ଟକୁ ବାଛିବା ପାଇଁ ବଟ୍ ଚେକ୍ କରାଯାଇଥାଏ । ଟ୍ୱିଟର୍ ପକ୍ଷରୁ ୧୦୦ ଜଣ ସାମ୍ପଲ ଫଲୋଅରଙ୍କୁ ନେଇ ବଟ୍ ଚେକ୍ କରାଯାଇଥାଏ । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ୪୪ ବିଲିୟନ୍ ଡଲାରର ଟ୍ୱିଟର୍ କିଣିବା ଡିଲ୍କୁ ନେଇ ସେ ସନ୍ଦେହରେ ଅଛନ୍ତି ବୋଲି ମସ୍କ ଟ୍ୱିଟ୍ କରିଥିଲେ । ଏହା ସହିତ ରବିବାର ସକାଳୁ ମସ୍କ ଟ୍ୱିଟ୍ କରିଥିଲେ କି ଟ୍ୱିଟର୍ରେ ପ୍ରାୟ ୯୦% ଅସଲି ବ୍ୟବହାରକାରୀ ରହିଥିବା ନେଇ ସେ ଆଶା କରୁଛନ୍ତି ।