30.1 C
Bhubaneswar
Sunday, July 3, 2022
Homeଦେଶ ବିଦେଶ୩୧ ଯାଏଁ ବଢ଼ିଲା ଗହମ ସଂଗ୍ରହ ଅବଧି

୩୧ ଯାଏଁ ବଢ଼ିଲା ଗହମ ସଂଗ୍ରହ ଅବଧି

ନୂଆଦିଲ୍ଲୀ: ଗହମ ରପ୍ତାନି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଗହମ ସଂଗ୍ରହର ଅବଧିକୁ ବଢ଼ାଇ ଦିଆଯାଇଛି । ଚଳିତ ମାସର ୩୧ ତାରିଖ ଯାଏଁ ଗହମ ସଂଗ୍ରହ ଅବଧି ବଢିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଛି । ଏହା ସହିତ ଗହମ ସଂଗ୍ରହ ପାଇଁ ରହିଥିବା ମାନକକୁ ମଧ୍ୟ ସାମାନ୍ୟ କୋହଳ କରାଯାଇଛି । ମେ’୧୪ ତାରିଖ ଯାଏଁ ୧୮ ମିଲିୟନ୍ ଟନ୍ ଗହମ ସଂଗ୍ରହ ହୋଇଛି; ଯାହା ଗତବର୍ଷର ସଂଗୃହୀତ ଗହମ ତୁଳନାରେ ୫୧ ପ୍ରତିଶତ କମ୍ । ଚଳିତ ବର୍ଷ ହିଟୱେଭ୍ କାରଣରୁ ଉତ୍ପାଦନ ପ୍ରଭାବିତ ହୋଇଥିବା ବେଳେ ବିକ୍ରେତାମାନେ ଏମଏସ୍‌ପିରୁ ଅଧିକ ଆୟ ପାଇଁ ଘରୋଇ ବିକ୍ରେତାଙ୍କୁ ଗହମ ବିକ୍ରି କରୁଛନ୍ତି ।

ରପ୍ତାନିର ଚାହିଦା ବୃଦ୍ଧି କାରଣରୁ ଗହମ ମୂଲ୍ୟ ମଧ୍ୟ ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ପଞ୍ଜାବ, ହରିୟାଣା ଏବଂ ଚଣ୍ଡୀଗଡରେ ଶସ୍ୟର ମାନକକୁ ହ୍ରାସ କରାଯାଇଛି । ପୂର୍ବରୁ ୬ ପ୍ରତିଶତ ଶୁଷ୍କ ଗହମକୁ ସଂଗୃହୀତ କରାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ୧୮% କୁ ବଢାଇ ଦିଆଯାଇଛି । ପଞ୍ଜାବ ଓ ହରିୟାଣାରେ ଶୁଷ୍କ ଗହମ ସଂଗ୍ରହ ୨୦% ରଖାଯାଇଛି । ହିଟ୍‌ୱେଭ୍ କାରଣରୁ ଗହମ ଶୁଷ୍କ ହେଉଥିବାରୁ ଏହି ଛାଡ କରାଯାଇଥିବା କୁହାଯାଇଛି । ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ଯାଏଁ ୧୮ ମିଲିୟନ୍ ଟନ୍ ଗହମ ସଂଗୃହୀତ ହୋଇଥିବା ବେଳେ ଏହା ମଧ୍ୟରେ ୭.୫ ମିଲିୟନ୍ ଟନ୍ ବା ୪୨ ପ୍ରତିଶତ ଶୁଷ୍କ ରହିଛି । ଦେଶରେ ସମୁଦାୟ ୨୧.୫ ମିଲିୟନ୍ ଟନ୍ ଗହମ ସଂଗୃହୀତ ହୋଇ ମଣ୍ଡିରେ ପହଞ୍ଚିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୮ ମିଲିୟନ୍ ଟନ୍ ଗହମ ସଂଗୃହୀତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking