31.1 C
Bhubaneswar
Tuesday, October 8, 2024
Homeଖେଳ୧୧ ସହରରେ ଆୟୋଜିତ ହେବ ୟୁରୋ କପ୍‌

୧୧ ସହରରେ ଆୟୋଜିତ ହେବ ୟୁରୋ କପ୍‌

ନୂଆଦିଲ୍ଲୀ: ୟୁଇଏଫଏ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି ଯେ, ୟୁରୋ ୨୦୨୦ ଲୋକଙ୍କୁ ଏହା ସ୍ମରଣ କରାଇବ ଯେ, କେମିତି ସଂପୂର୍ଣ୍ଣ ଫୁଟବଲ ପରିବାର ମହାମାରୀ କରୋନା ଭାଇରସ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତି ର ମୁକାବିଲା କରିବା ପାଇଁ ଏକାସାଙ୍ଗରେ ଆସିଲା । ଏହା ୟୁଇଏଫଏର ସେହି ସଂକଳ୍ପ ଓ ପ୍ରତିବଦ୍ଧତାର ଅନୁରୂପ ଯେ, ଆମେ ୟୁରୋ ୨୦୨୦ରେ ଅତିରିକ୍ତ ମାତ୍ରାରେ ବିଶୃଙ୍ଖଳା ସୃଷ୍ଟି କରିବୁ ନାହିଁ । କାରଣ ଗତବର୍ଷ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ପୂର୍ବରୁ ୟୁରୋ କପ ସହ ଜଡିତ ଅନେକ ବ୍ରାଣ୍ଡେଡ ଜିନିଷ ପ୍ରସ୍ତୁତ କରାଯାଇଥିଲା । ଏମିତିରେ ଯଦି ଟୁର୍ଣ୍ଣାମେଣ୍ଟର ନାମ ବଦଳା ଯାଇଥାନ୍ତା ତେବେ ପୁଣି ସବୁ ନୂଆ କରି କରିବାକୁ ପଡିଥାନ୍ତା । ଯାହାଦ୍ୱାରା କିଛି କ୍ଷତି ହୋଇଥାନ୍ତା । ଆରମ୍ଭରୁ ୟୁଇଏଫଏ ୧୨ ସହରରେ ୟୁରୋ ୨୦୨୦ର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ହେଲେ ପରେ ଏହାକୁ ପରିବର୍ତ୍ତନ କରାଯାଇ ୧୧ ସହର କରାଯାଇଥିଲା । ଚଳିତ ଥର ଲଣ୍ଡନ, ଗ୍ଲାସ୍‌ଗୋ, କୋପେନହେଗନ, ସେବିଲ, ବୁଡାପେଷ୍ଟ, ଏମସର୍ଟଡମ, ରୋମ, ମ୍ୟୁନିଖ, ବାକୁ, ବୁଖାରେଷ୍ଟ ଓ ସେଣ୍ଟ ପିଟର୍ସବର୍ଗରେ ମ୍ୟାଚ ହେବ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଲଣ୍ଡନର ବେମ୍ବଲେ ଷ୍ଟାଡିୟମରେ ହେବ । ତେବେ କହିରଖୁଛୁ,  କରୋନା ମହାମାରୀ ମଧ୍ୟରେ ଆଶଙ୍କା କରାଯାଉଥିଲା କି,ଗତଥର ବାତିଲ କରାଯାଇଥିବା ୟୁରୋପିଆନ ଫୁଟବଲ୍ ଚାମ୍ପିୟନସିପ ର ଆୟୋଜନ ଚଳିତ ଥର ହୋଇପାରିବ କି ନାହିଁ । ହେଲେ ଆଶ୍ୱସ୍ତିର କଥା ଏହା ଯେ, ୟୁରୋ ୨୦୨୦ ରେ ହୋଇଥିବା ସେଡ୍ୟୁଲ ଅନୁସାରେ, ଟୁର୍ଣ୍ଣାମେଣ୍ଟର ୬୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ମୁକାବିଲା ୧୧ ଭିନ୍ନ ଭିନ୍ନ ସହରରେ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking