27.1 C
Bhubaneswar
Friday, September 20, 2024
Homeଖେଳ୨୦୨୧ରେ ଆୟୋଜିତ ହେବାକୁ ଥିବା ୟୁରୋ କପକୁ କଣ ପାଇଁ କୁହାଯାଉଛି 'ୟୁରୋ ୨୦୨୦'

୨୦୨୧ରେ ଆୟୋଜିତ ହେବାକୁ ଥିବା ୟୁରୋ କପକୁ କଣ ପାଇଁ କୁହାଯାଉଛି ‘ୟୁରୋ ୨୦୨୦’

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଆଶଙ୍କା କରାଯାଉଥିଲା କି,ଗତଥର ବାତିଲ କରାଯାଇଥିବା ୟୁରୋପିଆନ ଫୁଟବଲ୍ ଚାମ୍ପିୟନସିପ ର ଆୟୋଜନ ଚଳିତ ଥର ହୋଇପାରିବ କି ନାହିଁ । ହେଲେ ଖୁସିର କଥା ଏହା ଯେ, ୟୁରୋ ୨୦୨୦ ରେ ହୋଇଥିବା ସେଡ୍ୟୁଲ ଅନୁସାରେ, ଟୁର୍ଣ୍ଣାମେଣ୍ଟର ୬୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ମୁକାବିଲା ୧୧ ଭିନ୍ନ ଭିନ୍ନ ସହରରେ ଅନୁଷ୍ଠିତ ହେବ । ହେଲେ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି ଯେ ୨୦୨୧ରେ ହେବାକୁ ଥିବା ୟୁରୋପିଆନ ଚାମ୍ପିୟନସିପକୁ କାହିଁକି ୟୁରୋ ୨୦୨୦ କୁହାଯାଉଛି । ୟୁରୋ ୨୦୨୦ ର ଆୟୋଜନ ଗତବର୍ଷ ହେବାର ଥିଲା । ହେଲେ ମହାମାରୀ କରୋନା ପାଇଁ ଏହାକୁ ଗୋଟିଏ ବର୍ଷ ସ୍ଥଗିତ ରଖାଗଲା । ଆଉ ଏହାପରେ ଏହାକୁ ୟୁରୋ ୨୦୨୦ ହିଁ କୁହାଯାଉଛି । ଏହାକୁ ନେଇ ଆନ୍ତରିକ ସମୀକ୍ଷା ଓ ଅନେକ ଭାଗିଦାରୀଙ୍କ ସହ ଆଲୋଚନା ପରେ ୟୁଇଏଫଏ ର କାର୍ଯ୍ୟକାରୀ ସମିତି ଏହି ନିଷ୍ପତ୍ତି ନେଇଛନ୍ତି । ୧୯୬୦ ମସିହାରେ ୟୁରୋପିଆନ ଫୁଟବଲ ଚାମ୍ପିୟନସିପ ର ଆରମ୍ଭ ହୋଇଥିଲା । ୨୦୨୦ରେ ଏହା ୬୦ ବର୍ଷରେ ପଦାର୍ପଣ କରିଥିଲା । ଏଥିପାଇଁ ୟୁଇଏଫଏ ଉତ୍ସବ ମନାଇବାକୁ ମଧ୍ୟ ପ୍ରସ୍ତୁତି କରିଥିଲା । ହେଲେ କରୋନା ପାଇଁ ଏସବୁ ସମ୍ଭବ ହୋଇପାରିନଥିଲା । ସେଥିପାଇଁ ସଂଗଠନ ୬୦ ବର୍ଷ ପୁରା ହେବାର ଉତ୍ସବ ପାଳନ କରିବା ପାଇଁ ୨୦୨୧ରେ ହେବାକୁ ଥିବା ଚାମ୍ପିୟନସିପକୁ ବି ୟୁରୋ ୨୦୨୦ ନାମ ହିଁ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking