33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଗୋଟିଏ ବର୍ଷ ଭିତରେ ହଟିବ ସବୁ ଟୋଲ ପ୍ଲାଜା

ଗୋଟିଏ ବର୍ଷ ଭିତରେ ହଟିବ ସବୁ ଟୋଲ ପ୍ଲାଜା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଲୋକସଭାରେ ଏକ ବଡ ଘୋଷଣା କରିଛନ୍ତି । ନୀତିନ ଗଡକରୀ କହିଛନ୍ତି, ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ସମସ୍ତ ଟୋଲ ପ୍ଲାଜା ହଟାଇବା ନେଇ ଯୋଜନା କରୁଛନ୍ତି । ଆସନ୍ତା ସମୟରେ ଟେକ୍ନୋଲୋଜୀ ସାହାଯ୍ୟରେ ଲୋକଙ୍କୁ ସେତିକି ଟୋଲ୍ ଦେବାକୁ ହେବ, ଯେତିକି ସେ ରାସ୍ତାରେ ଯିବେ ।
ଅମରୋହାରୁ ବିଏସପି ସାଂସଦ କୁମ୍ବର ଦାନିଶ ଅଲ୍ଲି ମୁତ୍ତେଶ୍ୱର ନିକଟ ସଡକରେ ନଗର ନିଗମ ସୀମାରେ ଟୋଲ ପ୍ଲାଜା ହେବା ନେଇ ସ୍ୱର ଉଠାଇଥିଲେ । ଏହା ଉପରେ ଜବାବ ଦେବା ସ୍ୱରୂପ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଥିଲେ, ପୂର୍ବ ସରକାରରେ ସଡକ ପରିଯୋଜନାରେ ଏମିତି ଅନେକ ଟୋଲ ପ୍ଲାଜା ବନାଯାଇଥିଲା, ଯାହା ନଗର ସୀମାରେ ରହିଛି । ଏହା ନିଶ୍ଚିତ ଭାବରେ ଭୁଲ୍ ଏବଂ ଅନ୍ୟାୟ ।
ଫାଷ୍ଟ ଟ୍ୟାଗ ସଂପୂର୍ଣ୍ଣ ଭାବରେ ଲାଗୁ କରି ଏକ ବର୍ଷ ମଧ୍ୟରେ ଟୋଲ ନେବା ବ୍ୟବସ୍ଥା ବନ୍ଦ କରାଯିବ । ଏବେ ସରକାର ଏମିତି ଟେକ୍ନୋଲୋଜୀ ଉପରେ କାମ କରୁଛନ୍ତି, ଯାହାଦ୍ୱାରା ଆପଣ ରାଜପଥକୁ ଯେଉଁଠୁ ଚଢିବେ, ସେଇଠୁ ଜିପିଏସ ସାହାଯ୍ୟରେ କ୍ୟାମେରା ଆପଣଙ୍କ ଫଟୋ ନେବ ଏବଂ ଯେଉଁଠି ଆପଣ ରାଜପଥରୁ ଓହ୍ଲାଇବେ ସେଠାର ଫଟୋ ନେବ, ଏହିଭଳି ସେତିକି ଦୂରତାର ଟୋଲ ଦେବାକୁ ପଡିବ ।
କହିରଖୁଛୁ, ଟୋଲ ପ୍ଲାଜା ପାଇଁ ଲଗାତର ହେଉଥିବା ଜାମ ଓ ଯାତ୍ରୀଙ୍କ ଅସନ୍ତୋଷ ଲମ୍ବା ସମୟ ଧରି ରହିଛି । ଏବେ କେନ୍ଦ୍ର ସରକାର ସମସ୍ତ ଜାତୀୟ ରାଜପଥରେ ଫାଷ୍ଟଟାଗ ସୁବିଧା ଉପଲବ୍ଧ କରିଛନ୍ତି । ଯାହାଦ୍ୱାରା ଗାଡି ଅଟୋମେଟିକ ଭାବରେ ବିନା ଲାଇନରେ ଲାଗିଥିବା ଟୋଲ ପ୍ଲାଜା ରେ ଟୋଲ ଭରି କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking