26.1 C
Bhubaneswar
Wednesday, December 17, 2025
Homeଓଡିଶାଭିଜିଲାନ୍ସ ଜାଲରେ ନିମାପଡ଼ା ଏନଏସି ଅମିନ

ଭିଜିଲାନ୍ସ ଜାଲରେ ନିମାପଡ଼ା ଏନଏସି ଅମିନ

ନିମାପଡ଼ା : କୋଠା ନିର୍ମାଣ ଅନୁମୋଦନ ପାଇଁ ଫାଇଲ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ଲାଗି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ନିମାପଡ଼ା ଏନଏସିର ଅମିନ ବିଜୟ କୁମାର ଗ୍ରହାଚାର୍ଯ୍ୟ। ସେ ଜଣେ ଆବେଦନକାରୀଙ୍କଠାରୁ ୧୭ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଶନିବାର ତାଙ୍କୁ ଧରିଛନ୍ତି। ଫାଇଲ ଟ୍ରାନ୍ସଫର କରିବା ଲାଗି ବିଜୟ ଆବେଦନକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ ଦୁଇଟି କିସ୍ତିରେ ୧୩ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ୩ୟ ତଥା ଶେଷ କିସ୍ତିରେ ୧୭ ହଜାର ଟଙ୍କା ନେବାବେଳେ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ଏନଏସିର ଜଣେ ବ୍ୟକ୍ତି ଘର ନିର୍ମାଣ ଲାଗି ଗତ ମାର୍ଚ୍ଚ ମାସରେ ଅନୁମୋଦନ ପାଇଁ ଆବେଦନ କରିଥିଲେ।

କିନ୍ତୁ ଅମିନ ବିଜୟ ତାଙ୍କ ଫାଇଲ ଉପରେ କୌଣସି କାମ ଆରମ୍ଭ କରି ନ ଥିଲେ। କେବଳ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ଏଥିପାଇଁ ସେ ୩୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯାହା ପରବର୍ତ୍ତୀ ସମୟରେ ୩୦ ହଜାର ଟଙ୍କାରେ ଚୂଡ଼ାନ୍ତ ହୋଇଥିଲା। ଆବେଦନକାରୀ ୧୩ ହଜାର ଟଙ୍କା ଦେବା ପରେ ଏ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଶନିବାର ବିଜୟଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କଠାରୁ ୧୭ ହଜାର ଟଙ୍କା ଜବତ ହୋଇଛି। ଏହାପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ୨ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking