37.1 C
Bhubaneswar
Monday, May 20, 2024
Homeପୁରୁଷ ହକି ବିଶ୍ୱକପ୍ଚିଲିକୁ ୩-୧ ଗୋଲରେ ପଛରେ ପକାଇଲା ନ୍ୟୁଜିଲାଣ୍ଡ; ମ୍ୟାଚକୁ କଲା କବଜା

ଚିଲିକୁ ୩-୧ ଗୋଲରେ ପଛରେ ପକାଇଲା ନ୍ୟୁଜିଲାଣ୍ଡ; ମ୍ୟାଚକୁ କଲା କବଜା

ରାଉରକେଲା: ହକି ବିଶ୍ୱକପ ମ୍ୟାଚକୁ ନେଇ ଏବେ ସାରା ଓଡିଶା ପ୍ରକମ୍ପିତ ହେଉଛି । ରାଉରକେଲାରୁ ରାଜଧାନୀ ସବୁଆଡେ ହକିକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଥିଲେ ମହାନ ପ୍ରତିଦ୍ୱନ୍ଦୀ ଚିଲି ଏବଂ ନ୍ୟୁଜିଲାଣ୍ଡ । ଉଭୟଙ୍କ ମଧ୍ୟରେ କଡା ଟକ୍କର ପରେ ନ୍ୟୁଜିଲାଣ୍ଡ ଏଥିରେ ବିଜୟ ହାସଲ କରିଛି । ପ୍ରଥମ ଥର ବିଶ୍ୱକପରେ ସ୍ଥାନ ପାଇଥିବା ଚିଲିର ଆରମ୍ଭ ପରାଜୟ ସହ କରିବାକୁ ପଡିଛି । ୩-୧ରେ ଏହି ମ୍ୟାଚ ଉପରେ କବଜା କରିଥିଲା ନ୍ୟୁଜିଲାଣ୍ଡ ।

ପୁରୁଷ ହକି ବିଶ୍ୱକପ-୨୦୨୩ର ପଞ୍ଚମ ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ଚିଲି ମଧ୍ୟରେ ହୋଇଥିଲା ଲଢେଇ । ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ୨ଟି ଗୋଲ କରିଥିବା ବେଳେ ଖାତା ଖୋଲି ପାରିନଥିଲା ଚିଲି । ଫଳରେ ସମ୍ପୂର୍ଣ୍ଣ ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡଠୁ ପଛରେ ପଡିଯାଇଥିଲା । ସାମ୍ ଲିନା ଏବଂ ସାମ ହିହା ଫିଲ୍ଡ ଗୋଲ ଭାବରେ ଦଳକୁ ପ୍ରଥମ କ୍ୱାର୍ଟରରେ ସଫଳତା ଦେଇଥିଲେ । ଚିଲିକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଏହାକୁ ହାତଛଡା କରିଥିଲା ଦଳ ।

ଏହାପରେ ଦ୍ୱିତୀୟ କ୍ୱାର୍ଟରର ୧୯ ମିନିଟରେ ନ୍ୟୁଜିଲାଣ୍ଡ ଆଉ ଏକ ଗୋଲ କରିଥିଲା । ଫଳରେ ମ୍ୟାଚ ଏବେ ୩-୦ରେ ଆଗୁଆ ରହିଥିଲା । ତେବେ ଶେଷ କ୍ୱାର୍ଟରର ୫୦ ମିନିଟରେ ମାତ୍ର ଗୋଟିଏ ଗୋଲ କରିବାରେ ସଫଳତା ପାଇଥିଲା ଚିଲି । ତେଣୁ ମ୍ୟାଚର ପରିଣାମରେ ରେଜଲ୍ଟ ନ୍ୟୁଜିଲାଣ୍ଡ ସପକ୍ଷରେ ରହିଛି । ୩-୧ରେ ଏହି ମ୍ୟାଚରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ । ତେବେ ଚିଲିର ଖେଳାଳିମାନେ ଦୃଢ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking