ନୂଆଦିଲ୍ଲୀ: ସ୍ଥାନୀୟ ବ୍ରିଜ୍ଟାଉନ୍ଠାରେ ଖେଳାଯାଇଥିବା ୪ର୍ଥ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ୍କୁ ୧ ଓ୍ବିକେଟ୍ରେ ପରାସ୍ତ କରିଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ। ଏହି ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୩-୧ରେ ଆଗୁଆ ହୋଇଯାଇଛି ନ୍ୟୁଜିଲାଣ୍ଡ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟ୍ଇଣ୍ଡିଜ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୪.୪ ଓଭରରେ ମାତ୍ର ୧୮୮ ରନ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଅମୀର ଜାଙ୍ଗୁ ଅର୍ଦ୍ଧଶତକ ଅର୍ଜନ କରିଥିବାବେଳେ ଗୁଡ଼ାକେଶ ମୋତି ୪୧ ରନ୍ ଓ ଆକିମ୍ ଅଗଷ୍ଟି ୩୩ ରନ୍ର ଯୋଗଦାନ ଦେଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମାଥ୍ୟୁ ଫିସର୍ ୩ ଓ୍ବିକେଟ୍ ନେଇଥିବାବେଳେ ମାଇକେଲ୍ ବ୍ରେସ୍ଓ୍ବେଲ୍ ଓ ମିଚେଲ୍ ସାଣ୍ଟନର୍ ୨ ଲେଖାଏଁ ଓ୍ବିକେଟ୍ ନେଇଥିଲେ। ୧୮୯ ରନ୍ର ଲକ୍ଷ୍ୟ ଛୋଟିଆ ମନହେଉଥିଲେ ବି ତାହାକୁ ହାସଲ କରିବା ନ୍ୟୁଜିଲାଣ୍ଡ ପାଇଁ ଆଦୌ ସହଜ ହୋଇ ନଥିଲା।ଖାତା ଖୋଲିବା ପୂର୍ବରୁ ଦଳ ନିଜର ପ୍ରଥମ ଓ୍ବିକେଟ୍ ହରାଇଥିଲା ଓ ୬ ରନ୍ରେ ଦ୍ବିତୀୟ ଓ୍ବିକେଟ୍ ହରାଇଥିଲା। ଦଳୀୟ ସ୍କୋର ୪୬ ରନ୍ ବେଳେ ତୃତୀୟ ଓ୍ବିକେଟ୍ର ପତନ ହୋଇଥିଲା।










