36.1 C
Bhubaneswar
Thursday, May 2, 2024
Homeଓଡିଶାପଞ୍ଚାୟତ ନିର୍ବାଚନରେ ଆସିପାରେ ନୂଆ ନିୟମ

ପଞ୍ଚାୟତ ନିର୍ବାଚନରେ ଆସିପାରେ ନୂଆ ନିୟମ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ନୂଆ ନିୟମ ଆସିବା ଦେଖିବାକୁ ମିଳିଛି । ବୁଥ ବଦଳରେ ବ୍ଲକ୍ ଅଫିସରେ ଭୋଟ ଗଣତି ହେବ । ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଏକା ସାଙ୍ଗରେ ଭୋଟ ଗଣତି କରାଯିବ । ବୁଥ୍‌ରୁ ବ୍ଲକକୁ ସମସ୍ତ ଭୋଟ ବାକ୍ସ ଅଣାଯାଇ ଷ୍ଟ୍ରଙ୍ଗରୁମରେ ରଖାଯିବ । ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ଭୋଟ ବାକ୍ସ ଆସିବ । ତେବେ ଏନେଇ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିଫିକେସନ୍ ।

୧୫ ଦିନ ମଧ୍ୟରେ ଆପତ୍ତି, ଅଭିଯୋଗ ଶୁଣିବାକୁ ଜାରି ହେଲା ନୋଟିସ । ବାଲାଟ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ କରି ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ । ସମସ୍ତ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବ୍ଲକରେ ଧାର୍ଯ୍ୟ ତାରିଖରେ ହେବ କାଉଣ୍ଟି । ଏଥର ୯୨ ହଜାର ବାଲାଟ ବକ୍ସର ଆବଶ୍ୟକ ପଡ଼ିବ ବୋଲି ସୂଚନାରୁ ଜଣଶପଡ଼ିଛି । ଡ୍ରାଫ୍ଟ ରୁଲରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବାର ସୂଚନା ଅଛି । ତେବେ ଏହି ପ୍ରସ୍ତାବକୁ ବିଜେପି ଓ କଂଗେସ୍ର ତରଫରୁ ତୀବ୍ର ବିରୋଧ ହେବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking