ନୂଆଦିଲ୍ଲୀ: ବୈଜ୍ଞାନିକମାନେ କୋଭିଡ ୧୯ର ୧୫ ମିନିଟରେ ଚିହ୍ନଟ କରୁଥିବା ଲାପଟପ ଆକାରର ନୂଆ ମେସିନ ବନାଇଛନ୍ତି । କୁହାଯାଇଛି ଯେ, ପୋର୍ଟେବଲ ଟେଷ୍ଟରୁ ଅତ୍ୟନ୍ତ ସଂକ୍ରମକ ଭାରିଏଣ୍ଟ ବି ଜଣାପଡିବ । କରୋନା ଭାଇରସର ଯାଂଚ କରୁଥିବା ମେସିନକୁ ସାଲ୍କ ଇନଷ୍ଟିଚ୍ୟୁଟ ଫର୍ ବାୟୋଲୋଜିକାଲ ଷ୍ଟଡିଜ, କାଲିଫର୍ଣ୍ଣିଂଆ ବିକଶିତ କରିଛନ୍ତି ।
ନିର୍ବାଣା ଟେଷ୍ଟ ଏକ ସମୟରେ ଇନଫ୍ଲ୍ୟଏନଜା ଭଳି ମିଶୁଥିବା ଲକ୍ଷଣଯୁକ୍ତ ଅନ୍ୟ ଭାଇରସର ବି ଚିହ୍ନଟ କରିପାରିବ । ମେସିନ ମ୍ୟୁଟେସନକୁ ସ୍ପଷ୍ଟ କରିବା ପାଇଁ ମାତ୍ର ୩ ଘଣ୍ଟାରେ ଜେନେଟିକ ସିକ୍ୱେନସିଂ ର ବି କାମ କରିଥାଏ । ଏହାକୁ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନିର୍ଦ୍ଧାରିତ କରିବାରେ ସାହାଯ୍ୟ ମିଳିପାରେ କି, ଭାଇରସ କେତେ ମାତ୍ରାରେ ବିସ୍ତାର ହେଉଛି ।
ବୈଜ୍ଞାନିକମାନେ କହିଛନ୍ତି ଯେ, ମାତ୍ର ୧୫ ମିନିଟରେ ନେଗେଟିଭ କିମ୍ବା ପଜିଟିଭ ବୋଲି ଏହି ମେସିନ ଦ୍ୱାରା ଜଣାପଡିଯିବ । ମେଡ୍ ପତ୍ରିକାରେ ଏନେଇ ପ୍ରକାଶ ପାଇଛି । ସାଉଦି ଆରବ କିଙ୍ଗ ଅବଦୁଲ୍ଲାହ ସାଇନ୍ସ ।ଣ୍ଡ ଟେକ୍ନୋଲୋଜୀର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ମୋ ଲି କହିଛନ୍ତି , ଆମେ ଜଲଦି ଜାଣିପାରୁଛୁ ଯେ, ଏହି ଟେକ୍ନିକର ବ୍ୟବହାର ନା କେବଳ କୋଭିଡ ୧୯ ପାଇଁ ବରଂ ଗୋଟିଏ ସମୟରେ ଅନ୍ୟ ଭାଇରସ ର ବି ଏହି ମେସିନ ଚିହ୍ନଟ କରିପାରୁଛି ।