ଟିଏମସି ପ୍ରାର୍ଥୀଙ୍କ ଉପରେ ବିଜେପି ଆକ୍ରମଣ କରିଥିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ପାଇଁ ୩୧ ବିଧାନସଭା ସିଟରେ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ଅନେକ ସ୍ଥାନରେ ହିସାଂ ଖବର ସାମ୍ନାକୁ ଆସିଛି । ଆରାମବାଗରୁ ତୃଣମୂଳ କଂଗ୍ରେସର ଆଶାୟୀ ପ୍ରାର୍ଥୀ ସୁଜାତା ମଣ୍ଡଲ ବିଜେପି ଉପରେ ହାମଲ କରିଥିବା ନେଇ ଆରୋପ ଲଗାଇଛନ୍ତି । ସେ କହିଛନ୍ତି, ବିଜେପି କର୍ମୀ ତାଙ୍କ ପିଛା କରିଥିଲେ ଓ ଗୋଟିଏ ମତଦାନ କେନ୍ଦ୍ର ପାଖରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ।
ଏହି ଘଟଣା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଅଲୀପୁରଦ୍ୱାରା ଜିଲ୍ଲାରେ ଏକ ଜନସଭା ମଧ୍ୟରେ କହିଥିଲେ, ସେ ଏମିତି ଡରାଇବା କିମ୍ବା ଧମକାଇବାକୁ ଡରନ୍ତିନି କି ଭୟ ମଧ୍ୟ କରନ୍ତିନି । କ୍ୟାନିଂ ଇଷ୍ଟରେ ସୁରକ୍ଷା କର୍ମୀ ଆମ ଆଶାୟୀ ଶୌକତ ମୁଲ୍ଲାଙ୍କୁ ମକଦାନ କେନ୍ଦ୍ରରେ ପ୍ରବେଶ କରିବାକୁ ଦେଲେନାହିଁ । ରାଜ୍ୟରେ ଆମ ପ୍ରାର୍ଥୀ, ପାର୍ଟୀର କାର୍ଯ୍ୟକର୍ତ୍ତାଙ୍କ ଉପରେ ଏପରି ଆକ୍ରମଣ କରାଯିବାର ଘଟଣା ସାମ୍ନାକୁ ଆସିଛି ।
ମମତା ଆହୁରି ମଧ୍ୟ କହିଛନ୍ତି, ସକାଳୁ ତାଙ୍କୁ ଏ ସଂପର୍କିତ ଘଟଣା ଅତି କମରେ ୧୦୦ ଟା ମିଳିଛି ଏବଂ ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ସୂଚନା ଦିଆଯାଇଛି । ହେଲେ କିଛି ଲାଭ ହେଲା ନାହିଁ ।

LEAVE A REPLY

Please enter your comment!
Please enter your name here