27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶମୁସଲିମ ମହିଳାଙ୍କୁ ଧମକ ଦେଲେ ପଡ଼ୋଶୀ, କାହିଁକି ଜାଣିଛନ୍ତି....

ମୁସଲିମ ମହିଳାଙ୍କୁ ଧମକ ଦେଲେ ପଡ଼ୋଶୀ, କାହିଁକି ଜାଣିଛନ୍ତି….

ଲକ୍ଷ୍ନୌ: ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନ ୨୦୨୪ । ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ସୋ’ କରୁଥିବା ବେଳେ ବଢୁଛି ମୋଦି କ୍ରେଜ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ସମର୍ଥନ କରିବା ଜଣେ ମୁସଲିମ ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପଡ଼ୋଶୀଙ୍କ ବିରୋଧାଭାଷର ଶିକାର ହୋଇଛନ୍ତି ଅଭିଯୋଗକାରୀ ମହିଳା । ତେବେ ମହିଳାଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଉତ୍ତର ପ୍ରଦେଶରେ ଏବେ ବିଜେପି ନେତୃତ୍ୱାଧୀନ ଯୋଗୀ ସରକାର ଶାସନ କ୍ଷମତାରେ ଅଛି । ଅଭିଯୋଗକାରୀ ମହିଳା ସବା ନାଜଙ୍କ ସ୍ୱାମୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ପାଇଁ କାମ କରନ୍ତି ।

ଏଣୁ ତାଙ୍କ ପରିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଆସୁଛନ୍ତି । ଦେଶରେ ସାଧାରଣ ନିର୍ବାଚନ ଜାରି ଥିବା ବେଳେ ସେ ମଧ୍ୟ ବିଜେପି ପାଇଁ ପ୍ରଚାର କରିଥିଲେ । କିନ୍ତୁ ପ୍ରଚାର କରିବା ମହଙ୍ଗା ପଡ଼ିଛି । ତାଙ୍କୁ ପଡ଼ୋଶୀମାନେ ଧମକ ଚମକ ଦେବା ସହ ଦୁର୍ବ୍ୟବହାର କରିଥିବା ସେ କରେଲି ଥାନାରେ ଅଭିଯୋଗ କରିଛନ୍ତି । ପ୍ରୟାଗରାଜ କରେଲି ଥାନା ଅଞ୍ଚଳର ଅଧିବାସୀ ହେଉଛନ୍ତି ଅଭିଯୋଗକାରୀ ମହିଳା ସବା ନାଜ । ସେ ପଡ଼ୋଶୀ ସଲିମଙ୍କ ପତ୍ନୀଙ୍କ ବିରୋଧରେ ମାରପିଟ ଓ ଧମକ ଦେବା ଅଭିଯୋଗ ଆଣିଛନ୍ତି । ସବା ବିଜେପିକୁ ସମର୍ଥନ କରିଥିବାରୁ ସେ ତାଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସଲିମଙ୍କ ପତ୍ନୀ ନିଜର କିଛି ସାଥୀଙ୍କ ସହିତ ରାତିରେ ଘରେ ପଶି ଏପରି ଧମକ ଦେଇଥିବା ସେ ଅଭିଯୋଗ କରିଥିଲେ । ଏହାସହିତ ବିଜେପିକୁ ସମର୍ଥନ ନ କରିବାକୁ ଚେତାବନୀ ଦେଇଥିଲେ । ଯଦି ମେ ୨୫ ତାରିଖରେ ସେ ବିଜେପି ସପକ୍ଷରେ ଭୋଟ ଦିଅନ୍ତି, ତେବେ ଏହାର ପରିଣାମ ଭୋଗିବେ ବୋଲି ଧମକ ଦେଇଥିବା ସବା ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ମହିଳା ସବା ନାଜ୍‌? କରେଲି ଥାନାରେ ଅଭିୟୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking